ରାସ୍ତା କାମରେ ନିୟୋଜିତ ଜେସିବି ପୋଡିଦେଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ଲକ୍ଷ୍ମୀପୁର : ଦୀର୍ଘଦିନର ନୀରବତା ପରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ପୁଣି ଏକ ଜେସିବି ମେସିନ୍ କୁ ପୋଡିଦିଆଯାଇଛି । ନାରାୟଣପାଟଣା ଅଂଚଳଟି ନକ୍ସଲ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ଏହା ନକ୍ସଲଙ୍କ କାର୍ୟ୍ୟ କି କୌଣସି ଦୁର୍ବୃତ୍ତଙ୍କ କାର୍ୟ୍ୟ ତାହା ଜଣାପଡିନାହିଁ । ସ୍ଥାନୀୟ ଅଂଚଳର ଜଣେ ସବ୍ କଣ୍ଟ୍ରାକଟରଙ୍କ ଦ୍ବାରା ଦୁର୍ଗମ ଅଂଚଳରେ ରାସ୍ତା କାମ ଜାରି ରହିଥିବା ବେଳେ ଜେସିବି ମେସିନ୍ କୁ ପୋଡି ଦିଆଯାଇଛି ।
ଏ ସମ୍ପର୍କରେ ସମ୍ପୃକ୍ତ ଠିକାଦାରଙ୍କ ଦ୍ବାରା ନାରାୟଣପାଟଣା ଥାନାରେ ଅଭିଯୋଗ କରାଯିବା ପରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ନକ୍ସଲ ଅଧ୍ୟୁଷିତ ଅଂଚଳ ହୋଇଥିବା କାରଣରୁ ଏକ ପ୍ରକାର ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons