ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ: ପୀଡିତା ୮ ମାସର ଗର୍ଭବତୀ

Get real time updates directly on you device, subscribe now.

ତେଲକୋଇ: ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା। ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ଜଣେ ବିବାହିତ ପୁରୁଷ। ପୀଡିତା ବର୍ତ୍ତମାନ ୮ ମାସର ଗର୍ଭବତୀ। ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି। ତେଲକୋଇ ଥାନା ଅନ୍ତର୍ଗତ ଜଟ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାପ-ଝିଅ ୨ ଜଣ ଦିବ୍ୟାଙ୍ଗ। ତାଙ୍କ ବାପା ଯାହା ଭିକ୍ଷା କରି ଆଣନ୍ତି, ସେଥିରେ ବାପ-ଝିଅ ୨ ପ୍ରାଣୀ ଚଳନ୍ତି।
ସୂଚନା ମୁତାବକ ଗତ ଦୋଳଯାତ୍ରା ଦିନ ଯୁବତୀଙ୍କ ସରଳତାର ସୁଯୋଗ ନେଇ ଘରେ କେହି ନଥିବା ବେଳେ ସମୟରେ ଜଟ ଗାଁ ବାଲିସାହିର ଯୁବକ ରତ୍ନାକର ମୁଣ୍ଡା ଘରକୁ ଆସି ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏକଥାକୁ ପୀଡିତା ଲୋକ ଲଜ୍ୟା ଭୟରେ କାହାକୁ କହି ନଥିଲେ । ତେବେ ପୀଡିତା ଗର୍ଭବତୀ ହେବା ପରେ କଥା ସାମ୍ନାକୁ ଆସିଥିଲା। ଏହା ପରେ ସ୍ଥାନୀୟ ଲୋକେ ରତ୍ନାକର ମୁଣ୍ଡା ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଯୁବକ ବର୍ତ୍ତମାନ ଫେରାର ଅଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons