ଚୀନ୍‌ର ହୋସ୍ ଉଡାଇବାକୁ ପ୍ରସ୍ତୁତ ଭାରତ, ‘ସୌର୍ୟ୍ୟ’ ମିସାଇଲର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର : ପୂର୍ବ ଲଦାଖରେ ସୀମାକୁ ନେଇ ଚୀନ୍‌ ସହିତ ବିବାଦ ଲାଗିରହିଥିବା ବେଳେ ଭାରତ ଶନିବାର ଦିନ ସୌର୍ୟ୍ୟ ମିସାଇଲର ନୂତନ ସଂସ୍କରଣକୁ ସଫଳତା ସହ ପରୀକ୍ଷଣ କରିଛି । ଏହି ମିସାଇଲ୍‌ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରା ଯାଇପାରୁଥିବା ଏକ ପରମାଣ କ୍ଷମତା ସଂପନ୍ନ ବାଲିଷ୍ଟିକ୍‌ ମିସାଇଲ୍‌ ଅଟେ। ଓଡିଶାର ବାଲେଶ୍ୱର ସ୍ଥିତି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନଂ ଲଞ୍ଚ ପ୍ୟାଡ଼୍‌ରୁ ଏହାର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ପୂର୍ବରୁ ସାମିଲ କରାଯାଇସାରିଛି ।
ସୌର୍ୟ୍ୟ ମିସାଇଲର ଏହି ନୂତନ ସଂସ୍କରଣରେ ୮୦୦କିମି ଦୂରତା ପର୍ୟ୍ୟନ୍ତ ଲକ୍ଷ୍ୟଭେଦି କ୍ଷମତା ରହିଛି । ସୌର୍ୟ୍ୟ ମିସାଇଲ ଆସିବା ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଏହି ସୌର୍ୟ୍ୟ ମିସାଇଲ୍‌ର ଲମ୍ବ ୧୦ମିଟର ହୋଇଥିବା ବଳେ ଓସାର ୨.୪ଫୁଟ ରହିଛି । ଏହା ୨୦୦ କେଜିରୁ ୧ ଟନ ଓଜନର ଉଭୟ ପାରମ୍ପରିକ ଏବଂ ଅଣୁଅସ୍ତ୍ର ବହନ କରିବାର କ୍ଷମତା ରହିଛି । ଏକ ହଜାର କିଲୋଗ୍ରାମ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ସାତ ଶହରୁ ୧୯ଶହ କିଲୋମିଟର ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons