୪୫ ଚୋରି ବାଇକ୍ ଜବତ, ୬ ଗିରଫ

Get real time updates directly on you device, subscribe now.

ଡେଲାଙ୍ଗ,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ କୁଆପଦା ଗ୍ରାମ ନିକଟସ୍ଥ କୁମୁକା ଜଙ୍ଗଲରୁ ୪୫ଟି ଚୋରି ବାଇକ୍ ଜବତ କରାଯାଇଛି । ଏହି ବେଆଇନ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ ଆବେଦନ ନାମଂଜୁର ହୋଇଯିବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି ।
ଖବରରୁ ପ୍ରକାଶ ଯେ, କୁଆପଦା ଗ୍ରାମ ନିକଟସ୍ଥ କୁମୁକା ଜଙ୍ଗଲରେ କିଛି ଯୁବକ କେତୋଟି ବାଇକ୍ ବିକି୍ର କରିବା ପାଇଁ ଉଦ୍ୟମ କରୁଥିବା ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ଖବର ପାଇଥିଲେ । ତୁରନ୍ତ ଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଥାନାର ମହିଳା ଏସ୍ଆଇ କୁମାରୀ ଲାଇକା ମହାରଣା, କନେଷ୍ଟବଳ ଜିତେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ପ୍ରଧାନ, ହୋମ୍ଗାର୍ଡ ପ୍ରମୋଦ ସେଠୀ ଓ ଅନ୍ୟ କର୍ମଚାରୀମାନେ ସେଠାରେ ଚଢ଼ଉ କରିଥିଲେ । ଚଢ଼ଉ କାଳରେ ୧୦ଟି ଚୋରା ବାଇକ୍ ଉଦ୍ଧାର କରିବାରେ ପୁଲିସ ସଫଳ ହୋଇଥିଲା । ଏହି କାରବାରରେ ସଂପୃକ୍ତ ନୟାଗଡ଼ ଜିଲ୍ଲା ରଣପୁର ଥାନା ପାମ୍ପେଡ଼ା ଅଂଚଳର କାଲୁ ଭୋଇ, ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଅଂଚଳର ମହମ୍ମଦ ଅରବାଜ ଓରଫ ମଙ୍ଗୁଲୁ, ଖୋର୍ଦ୍ଧା ଥାନା ବାରଘର ପାଟଣାର ରାଜେଶ କାଣ୍ଡି, ଜଙ୍କିଆ ଥାନା ଅନ୍ତର୍ଗତ ମୁକ୍ତାପୁରର ଗୋବିନ୍ଦ ଜେନାଙ୍କୁ ପୁଲିସ କାବୁ କରିଥିଲା । ପୁରୀ ଏସ୍ପି ଅଖିଳେଶ୍ୱର ସିଂଙ୍କ ନିଦେ୍ର୍ଧଶକ୍ରମେ ଡିଏସ୍ପି ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଅଭିଯୁକ୍ତମାନଙ୍କୁ ଜେରା କରିବା ସମୟରେ ଚୋରା ଗାଡ଼ି ବେପାର କରୁଥିବା ଏକ ରାକେଟର ପର୍ଦ୍ଧାଫାସ୍ ହୋଇଥିଲା । ଏହା ପରେ ଡେଲାଙ୍ଗ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ରେ ମହିଳା ଏସ୍ଆଇ ଲାଇକା ମହାରଣା, କନେଷ୍ଟବଳ ଜିତେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ପ୍ରଧାନ ଓ ହେମ୍ଗାର୍ଡ ପ୍ରମୋଦ ସେଠୀଙ୍କୁ ସାମିଲ କରାଯାଇଥିଲା । ଏହି ଟିମ୍ ସଂପୃକ୍ତ ଅଭିଯୁକ୍ତମାନଙ୍କ ଠାରୁ ୩୬ଟି ଚୋରି ବାଇକ୍ ଜବତ କରିଥିଲା । ଚଢ଼ଉ କାଳରେ ଅନ୍ୟ ଦୁଇ ଅଭିଯୁକ୍ତ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବରପଦା ଅଂଚଳର ବିଶ୍ୱଜିତ ଜୟସିଂ ଓ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀର ଅମିରୁଦ୍ଧିନ ଖାନ୍ ଧରା ପଡ଼ିଥିଲେ । ପୁଲିସ ସେମାନଙ୍କ ଠାରୁ ୪ଟି ଚୋରି ବାଇକ୍ ଜବତ କରିଥିଲା । ଏମାନଙ୍କ ବୟାନ ଅନୁସାରେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରି ପୁଣି ୫ଟି ଚୋରା ବାଇକ୍ ଜବତ କରିବାରେ ସଫଳ ହୋଇଥିଲା । ମୋଟ ୪୫ଟି ବିଭିନ୍ନ କମ୍ପାନିର ବାଇକ୍ ଡେଲାଙ୍ଗ ପୁଲିସ ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ କାଲୁ ଭୋଇ ଖଲିକୋଟ ଥାନାରେ ଏକ ଗାଡ଼ି ଚୋରି ମାମଲାରେ ପୁଲିସ ହେପାଜତରୁ ଫେରାର ହୋଇ ଯାଇଥିବା ଜଣା ପଡ଼ିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ୍ ଓ ଚୋରି ମାମଲା ରହିଥିବା ଡେଲାଙ୍ଗ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons