ଭାରରେ ୪କିମି ବୁହା ହେଲେ ଗର୍ଭବତୀ

Get real time updates directly on you device, subscribe now.

ବୈପାରିଗୁଡା,(ବି.ବି.ନୁ୍ୟଜ): ପୁଣି ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାଘାଟ ଅସୁବିଧା ପାଇଁ ଜଣେ ଗର୍ଭବତୀଙ୍କୁ ୪ କିମି ଦୂର ଭାରରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଅଣାଯିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୈପାରିଗୁଡା ବ୍ଲକ ମହୁଲି ପଞ୍ଚାୟତ ତଳଗୁଞ୍ଜି ଗାଁରେ ।
ସୂଚନା ଅନୁଯାୟୀ, ତଳଗୁଞ୍ଜି ଗାଁର କୁନା ମୁଦୁଲିଙ୍କ ସ୍ତ୍ରୀ ଚଂଚଳା ମୁଦୁଲିଙ୍କ ଆଜି ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ ସ୍ଥାନୀୟ ଆଶା ଦିଦି ରାଜେଶ୍ୱରୀ କାନ୍ଦଲିଆଙ୍କୁ ଯୋଗାଯୋଗ କରାଯାଇଥିଲା । ଆଶାଦିଦି ଆମ୍ବୁୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଗାଁ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯିବା ସମ୍ଭବପର ହୋଇ ନଥିଲା । ଗାଁକୁ ଭଲ ରାସ୍ତା ନଥିବା ବେଳେ ବାଟରେ ବ୍ରାହ୍ମଣୀଦେଇ ନାଳ ରହିଛି । ଫଳରେ ଗାଡିଟି ୪କିମି ଦୂରରେ ଥିବା ନାଳ ନିକଟ ମାଳିଗୁଡା ପାଖରେ ଅଟକି ରହିିଥିଲା । ପରେ କୁନାଙ୍କ ସମ୍ପର୍କୀୟ ଚୈତନ ମୁଦୁଲି, ମଦନ ମୁଦୁଲି ଏକ ଭାରରେ ଗର୍ଭବତୀଙ୍କୁ ଗାଡି ନିକଟକୁ ବୋହି ଆଣିଥିଲେ । ସାଥିରେ ନିକଟ ତୋଲା ଗାଁର ମଧୁସୂଦନ ମାଳି ମଧ୍ୟ ଆସିଥିଲେ । ମାଳିଗୁଡା ଗାଁ ଛକ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଅଣାଯିବା ପରେ ସେଠାରୁ ଆମ୍ବୁଲାନ୍ସରେ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଚଞ୍ଜଳା ଏକ କନତ୍ତ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ସୂଚନା ଥାଉ କି ମାସକ ମଧ୍ୟରେ ଏହି ବ୍ଲକର ଦୋରାଗୁଡା ପଂଚାୟତ ବାଣୁଆଗୁଡା ଗାଁର ଜଣେ ଗର୍ଭବତୀଙ୍କୁ ଭାରରେ ବୁହାଯାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ବ୍ଲକର ଆଭ୍ୟନ୍ତରୀଣ ଅଂଚଳକୁ ଗମନାଗମନ ପାଇଁ ଭଲ ରାସ୍ତା ନଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତାମାନେ ଏଥିପ୍ରତି ଧ୍ୟାନ ଦେଇ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons