କୋଭିଡ୍ ହସ୍ପିଟାଲ୍ କୋଠାରୁ ପଡ଼ି କଏଦୀ ଗୁରୁତର

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ସ୍ଥାନୀୟ କୋଭିଡ୍ ହସ୍ପିଟାଲ୍ର ୩ ମହଲା କୋଠାରୁ ପଡ଼ି ଗୁରୁତର ଆହତ ହୋଇଥିଲେ ଜଣେ କଏଦୀ । ଘଟଣାର ଣ୍ଟଦୀର୍ଘ ୯ ଣ୍ଟଦିନ ପରେ ଏହି ଘଟଣା ଆଜି ପଦାକୁ ଆସିଛି । କୋରାପୁଟରେ ଥିବା ସହିଣ୍ଟଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହୋଇ ଜେଲ୍କୁ ଫେରିବା ପରେ ଏହା ଜାଣିବାକୁ ପାଇଛନ୍ତି ପରିବାର ଲୋକେ । ଅଣ୍ଟା, ହାତ ଓ ଗୋଡ଼ ଭାଙ୍ଗିଥିବାରୁ ତୁରନ୍ତ ତାଙ୍କର ଅଧିକ ଚିକିତ୍ସା ଣ୍ଟଦାବି କରିଥିଲେ । ଏହାପରେ ପୁଲିସ୍ ସୁରକ୍ଷା ବଳୟ ଭିତରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ୯ ଣ୍ଟଦିନ ତଳେ ସ୍ଥାନୀୟ ଜେଲ୍ରେ ଥିବା କଏଣ୍ଟଦୀ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ ପ୍ରଥମେ ଏଠକାର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୌଣସି କାରଣରୁ ସେ ହସ୍ପିଟାଲର ୩ ମହଲା ଛାତରୁ ତଳେ ପଡି ଗୁରୁତର ଆହତ ହୋଇଥିଲେ । ସହିଣ୍ଟଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରୁ ଆଜି ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା । ସନ୍ଧ୍ୟା ସାଢେ ୭ଟାରେ ତାଙ୍କୁ ନବରଙ୍ଗପୁର ଜେଲ୍କୁ ଅଣାଯାଇଥିଲା । କିନ୍ତୁ ଅଣ୍ଟା, ହାତ ଓ ଗୋଡ ଭାଙ୍ଗିଯାଇ ସେ ଗୁରୁତର ଆହତ ଥିବାରୁ ନିତ୍ୟକର୍ମ କରିବାକୁ ଅସମର୍ଥ । ଜେଲ୍ରେ ସେଭଳି ସେବା ଯୋଗାଇବାକୁ ଆବଶ୍ୟକ ବ୍ୟବସ୍ଥା ନାହିଁ । ତେଣୁ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ଲାଗି ଣ୍ଟଦାବି କରିଥିଲେ ପରିବାର ଲୋକେ । ଆଜି ପରିବାର ଲୋକେ ଜେଲ୍ରେ ପହଂଚିବା ପରେ ଏହି ଘଟଣା ପଦାକୁ ଆସିଥିଲା । ତା ପରେ ପୁଲିସ୍ ପହଂଚି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।
ପରିବାର ଲୋକେ ପ୍ରଶ୍ନ କରିଛନ୍ତିି, ଆଜି ପର୍ଯ୍ୟନ୍ତ ଏହି ଘଟଣାକୁ ଚପାଇ ରଖାଯାଇଥିଲା କାହିଁକି । ହସ୍ପିଟାଲ୍ କୋଠାରୁ ସେ କେଉଁ ପରିସ୍ଥିତିରେ ତଳେ ପଡ଼ିଲେ ତାହାର ନିରପେକ୍ଷ ତଣ୍ଟଦନ୍ତ ଣ୍ଟଦାବି କରିଛନ୍ତି । ପରିବାର ଲୋକେ କହିଛନ୍ତି, କଏଦୀ ଜଣଙ୍କ ରକ୍ତଶିକୁଳି ରୋଗରେ ପୀଡିତ ଥିଲେ । ଛାତ ଉପରେ ଚଢିବା ପରେ ତାଙ୍କ ମୁହଁ ବୁଲାଇବାରୁ ସେ ତଳେ ପଡିଯାଇଥିଲେ । ଏ ସଂପର୍କରେ ଟାଉନ୍ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କୁ ଯୋଗାଯୋଗ କରିବାରୁ, ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons