ବରଗଡ଼ ରିତେଶ ଦାଶ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ବରଗଡ଼ : ଗତ ୨୬ ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ବେହେରା ଟିକ୍ରା ଠାରେ କ୍ରିଷ୍ନା ମହାପାତ୍ର ନାମକ ଜଣେ ଯୁବକଙ୍କ ଭଡାଘରେ ବନ୍ଦ କୋଠରୀରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏହି ହତ୍ୟାକାଣ୍ଡର ହତ୍ୟାକାଣ୍ଡରର ପର୍ଦାଫାସ କରିବା ସହ ୫ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ଥାନା ପୋଲିସ। ସଭିଙ୍କୁ କୋର୍ଟ ଚାଲାଣ କରାଯାଇଛି।
ମୃତକ ଯୁବକ ଜଣକ ହେଉଛନ୍ତି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଜୁର ଟିକ୍ରା ପଡାର ରିତେଶ ଦାଶ । ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଖବର ପାଇ ବରଗଡ଼ ଟାଉନ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଆଜି ଉକ୍ତ ହତ୍ୟାକାଣ୍ଡର ର ପର୍ଦାଫାସ କରିଛି ଟାଉନ ପୋଲିସ ।
ଗିରଫ ଅଭିଯୁକ୍ତ ହତ୍ୟାକାରୀ କ୍ରିଷ୍ଣା କହିଛି ଯେ ସେ ରହୁଥିବା ଭଡାଘରୁ ୨୦ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଚୋରୀ ହୋଇଥିଲା। ଏହା ପରେ ସେ ଓ ତାର ଆଉ ୪ଜଣ ସାଙ୍ଗ ମିଶି ସନ୍ଦେହରେ ରିତେଶକୁ ପ୍ରଥମେ ପଚରା ଉଚରା କରିଥିଲେ। ପରେ ଛୁରି ଓ ବାଉଁଶ ସାହାଯ୍ୟରେରେ ରିତେଶର ହତ୍ୟା କରିଥିବା ପୋଲିସ ସମ୍ମୁଖରେ ଅଭିଯୁକ୍ତ କ୍ରିଷ୍ଣା ସ୍ୱୀକାର କରିଛି।
ପୋଲିସ ଆଜି ସମ୍ପୃକ୍ତ ହତ୍ୟା ଘଟଣାରେ କ୍ରିଷ୍ଣା ମହାପାତ୍ର ,ଦୁଷ୍ମନ୍ତ ବାଗ, ତରସିଙ୍ଘ ପ୍ରଧାନ,ସଚିନ ମିଶ୍ର ଓ ଅଭିଳାଷ ପତି ମୋଟ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହୃତ ଛୁରୋ ,ବାଉଁଶ ବାଡ଼ି ସହ ଗୋଟିଏ ଜୁପିଟର, ଗୋଟିଏ ଆପାଚି ଓ ଗୋଟିଏ ସିଡ଼ି ଡିଲକ୍ସ ମୋଟର ସାଇକେଲ ଜବତ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons