ବଲାଙ୍ଗୀର, (ବି.ବି.ନୁ୍ୟଜ୍):ଗତ କିଛି ଦିନ ତଳେ ଜମି,ବାଡ଼ି ବିବାଦ କୁ ନେଇ ବଲାଙ୍ଗୀର ଜ଼ୀଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଜାମପଡା ଗ୍ରାମର ଚାରି ଜଣ ଲୋକ ମିଶି ଜଣେ ମହିଳା ଙ୍କୁ ତାଙ୍କ ଘରେ ପଶି ଆକ୍ରମଣ କରିବା ସହ ଉଲଗ୍ନ କରି ଗାଁ ରେ ବୁଲାଇବା ନେଇ ଉକ୍ତ ମହିଳା ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ନ ଶୁଣିବା ପରେ ଆଜି ବଲାଙ୍ଗୀର ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉକ୍ତ ମହିଳା । ଏକୁଟିଆ ଦେଖି ଚାରି ଜଣ ପୁରୁଷ ଘରେ ପଶି ମରଣାନ୍ତକ ଆକ୍ରମଣ କରିବା ସହ ମହିଳା ଙ୍କୁ ସମ୍ପୁର୍ଣ୍ଣ ଉଲଗ୍ନ କରି ଘରୁ ବାହାର କରି ଦାଣ୍ଡ ରେ ବୁଲେଇ ପୁଣି ଘର ଭିତରେ ତାଙ୍କୁ ବାହାରୁ ତାଙ୍କ ଛୋଟ ଶିଶୁ ସହ ବାହାରୁ ତାଲା ବନ୍ଦ କରି ଦେଇଥିଲେ। ଗାଁ ଦାଣ୍ଡରେ ଉଲଗ୍ନ ହୋଇ ବୁଲେଇବା ବେଳେ ମୋବାଇଲ ରେ ଅନେକ ଲୋକ ଚିତ୍ର ଉତ୍ତୋଳନ କରୁଥିଲେ ମଧ୍ୟ କେହି ଉଦ୍ଧାର କରିବାକୁ ଆସି ନ ଥିଲେ । ଏପରି ଏକ ଲୋମ ହର୍ଷଣ କାରି ଘଟଣା ଘଟିଛି ଟିଟିଲାଗଡ଼ ଥାନା ଅନ୍ତର୍ଗତ ଜାମପଡା ଗ୍ରାମରେ । ପରେ ସମ୍ପର୍କୀୟ ଓ ତାଙ୍କ ସ୍ୱାମୀ ଖବର ପାଇ ପରଦିନ ସକାଳୁ ଆସି ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ । ତେବେ ଆଜି ପର୍ୟ୍ୟନ୍ତ ଉକ୍ତ ଘଟଣାର କୌଣସି ପ୍ରକାର ତଦନ୍ତ ହୋଇନ ଥିବା ବେଳେ ଆଜି ଉକ୍ତ ପରିବାର ଆସି ସିଧାସଳଖ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି।ତେବେ ଅଭିଯୋଗ କ୍ରମେ ଏଭଳି ଘଟଣା କୁ ଏକଛତ୍ର ବାଦ ଶାସନ ବୋଲି ହୁହାଯାଉଥିବା ବେଳେ ଦୋଷୀ ମାନଙ୍କ ପ୍ରତି ଯେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ରହିଲା ବାକି !!
Comments are closed, but trackbacks and pingbacks are open.