ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି

Get real time updates directly on you device, subscribe now.

ମୟୁରଭଞ୍ଜ, (ବି.ବି.ନୁ୍ୟଜ୍):ବର୍ଦ୍ଧିତ ରିଆଡମିଶନ ଫି କୁ ନେଇ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି। ନିର୍ଦ୍ଧାରିତ ରିଆଡମିଶନ ଫି ର ଶତକଡ଼ା ୭୦% ହ୍ରାସ ଦାବିରେ ଛାତ୍ରମାନଙ୍କ ପକ୍ଷରୁ ଆନ୍ଦୋଳନ। ବିଶ୍ବବିଦ୍ୟାଳୟ ପ୍ରବେଶ ଦ୍ୱାର ନିକଟରେ ଅନଶନରେ ଛାତ୍ରମାନେ। ଏହାକୁନେଇ ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିବା ପୂର୍ବରୁ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ ଛାତ୍ର ମାନଙ୍କ ସହିତ ଆଲୋଚନା କରି ଏକ ସିଦ୍ଧାନ୍ତ ଗ୍ରହଣ କରିବାର ଆବଶ୍ୟକତା ଦେଖାଦେଇଛି।ବିଶ୍ବ ମହାମାରୀ କରୋନାକୁ ନେଇ ବେଶ ଏକ ଲମ୍ବା ସମୟ ଧରି ଆତଙ୍କଜନକ ପରିସ୍ଥିତି ଲାଗିରହିଥିବା ବେଳେ କରୋନା ମହାମାରୀର ମୁକାବିଲା ପାଇଁ ସରକାର ଲକଡାଉନ ସର୍ଟଡାଉନ ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରି ନିୟମ ଲାଗୁ କରିଥିଲେ । ଏହାର ପ୍ରଭାବରେ ସବୁବର୍ଗର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇ ଜୀବନଜୀବିକା ବହୁଳ ପ୍ରଭାବିତ ହୋଇ ସମସ୍ତଙ୍କୁ ଆର୍ଥିକଭାବେ ଦୁର୍ବଳ କରିଦେଇଛି। ଏହା ସତ୍ତ୍ୱେ ବି ଅଭିଭାବକମାନେ ନିଜ ପିଲାଙ୍କୁ ପାଠ ପଢ଼ାଇ ଉଚ୍ଚଶିକ୍ଷିତ କରିବା ପାଇଁ ଆଗଭର ହେଉଛନ୍ତି। ଏଭଳି ସ୍ଥିତିରେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ପକ୍ଷରୁ ରିଆଡମିଶନ ଫି ବୃଦ୍ଧି ବେଡି ଉପରେ କୋରଡ଼ା ମାଡ଼ ଭଳି ପରିସ୍ଥିତି ସୃଷ୍ଟି କରିଛି । ଯାହାକୁନେଇ ଛାତ୍ରଛାତ୍ରୀ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା। ଗୋଟେପଟେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢି ଉଚ୍ଚ ଶିକ୍ଷିତ କରି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବ୍ୟାପକ କାର୍ୟ୍ୟକ୍ରମ କାର୍ୟ୍ୟକାରୀ କରୁଛନ୍ତି ଅନ୍ୟପଟେ ବିଭିନ୍ନ ଆଳରେ ଫିସ ବୃଦ୍ଧି କରି ପଛକୁ ଟାଣିବା ନିତୀକୁ ସବୁ ମହଲରେ ନିନ୍ଦା କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଏଠାରେ ଗାଁ ଗହଳିର ଅତି ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ମଧ୍ୟ ପାଠ ପଢନ୍ତି କ୍ଷ ତେଣୁ ସବୁ ଦୃଷ୍ଟିକୁ ବିଚାର କରି ନିର୍ଦ୍ଧାରିତ ଫିସର ଶତକଡା ୭୦ ଭାଗ ରୀଆଡମିସନ ଫି ହ୍ରାସ ଦାବିରେ ଆଜି ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ମୁଖ୍ୟଫାଟକରେ ତାଲାମାରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି କ୍ଷ ଯେପର୍ୟ୍ୟନ୍ତ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ କର୍ତୁପକ୍ଷ ଶତକଡା ୭୦ ଭାଗ ରୀଆଡମିସନ ଫି ହ୍ରାସ ଘୋଷଣା ନ କରିଛନ୍ତି ସେପର୍ୟ୍ୟନ୍ତ ଆମରଣ ଅନଶନ ଜାରୀ ରହିବ ବୋଲି ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରସଂସଦ ସଭାପତି ଶଙ୍କର୍ଷଣ ପଣ୍ଡା ଏବଂ ଛାତ୍ର ନେତା ଚିତ୍ତରଞ୍ଜନ ବେହେରାଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ତେବେ ଲଗାତାର ଭାବେ ଅନଶନଜାରୀ ରଖିଥିବା ଛାତ୍ରମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କ ନୀରବତା ଅବଲମ୍ବନ କରିବା ଆଶ୍ଚର୍ୟ୍ୟଜନକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons