ଅଜଣା ଗାଡ଼ି ଧକ୍କାରେ ହରିଣ ମୃତ

Get real time updates directly on you device, subscribe now.

ମୟୁରଭଞ୍ଜ, (ବି.ବି.ନୁ୍ୟଜ୍):ଅଜଣା ଗାଡି ଧକ୍କାରେ ହରିଣର ମୃତ୍ୟୁ। ୧୮ ନଂ ଜାତୀୟ ରାଜପଥ କଳାବାଡ଼ିଆ ନିକଟରେ ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ହରିଣର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।ଖବରପାଇ କୁଳିଅଣା ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇବାର ବ୍ୟବସ୍ଥା କରୁଛନ୍ତି। ଅନ୍ୟପଟେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ହରିଣଟି କୁଆଡ଼ୁ ଏବଂ କେମିତି ଆସିଲା ଜଣାପଡି ନାହିଁ। ତେବେ ଦିନକୁଦିନ ଜଙ୍ଗଲ କ୍ଷୟ ହେବା ଫଳରେ ଜଙ୍ଗଲି ଜୀବଜନ୍ତୁ ଏବେ ଗାଁ ମୁହାଁ ହେଉଥିବାରୁ ତାଙ୍କର ଜୀବନ ସଙ୍କଟାପନ୍ନ ହେବା ସହିତ ଏହା ପରିବେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରିବ ନିଶ୍ଚୟ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons