ମାଓବାଦୀଙ୍କ ଲାଲ୍ ତାଣ୍ଡବ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓବାଦୀଙ୍କ ତାଣ୍ଡବ ଥମିବା ନାଁ ଧରୁନି । ଜିଲ୍ଲା ସୀମାନ୍ତ ତେଲାଙ୍ଗନା ରାଜ୍ୟ ମୁଲୁଗୁ ଜିଲ୍ଲା ଭେଙ୍କଟପୁରମ ଥାନା ଅଞ୍ଚଳରେ ମାଓବାଦୀ ଗତ ଶନିବାର ପୁଣି ଏକ କାଣ୍ଡ ଘଟାଇଛନ୍ତି । ଟିଆରଏସ୍ର ଜଣେ ନେତାଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି । ଏହି ନେତା ହେଲେ ଏମ୍ ଭୀମେଶ୍ୱର ରାଓ ।
ସୂଚନା ଅନୁସାରେ, ଭେଙ୍କଟପୁରମ ଥାନା ଅଲୁବକା ଗାଁକୁ ଗତ ଶନିବାର ବିଳମ୍ବିତ ରାତିରେ ଛଅରୁ ଅଧିକ ଜଣ ସଶସ୍ତ୍ର ମାଓବାଦୀ ପ୍ରବେଶ କରିଥିଲେ । ଗାଁରେ ରହୁଥିବା ଭୀମେଶ୍ୱରଙ୍କୁ ଘରୁ ଡାକି ନେଇଥିଲେ । ପରେ ତାଙ୍କ ଘର ସମ୍ମୁଖରେ ହିଁ ତାଙ୍କୁ ଗୁଳି ମାରିଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ତେଲୁଗୁ ଭାଷାରେ ଲିଖିତ ଏକ ହାତଲେଖା ପୋଷ୍ଟର ମାଓବାଦୀମାନେ ଛାଡି ଦେଇଥିଲେ । ଏଥିରେ ସ୍ଥାନୀୟ ଟିଆରଏସ୍ ଓ ବିଜେପି ନେତାଙ୍କୁ ହତ୍ୟା ଧମକ ଦିଆଯାଇଛି । ମାଓବାଦୀ ଯିବା ପରେ ପରିବାର ଲୋକେ ଭୀମେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିଲେ । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ରବିବାର ସକାଳେ ଭେଙ୍କଟପୁରମ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭୀମେଶ୍ୱରଙ୍କ ମୃତଦେହ ଜବତ କରିଛି । ବ୍ୟବଚ୍ଛେଦ ପାଇଁ ଶବକୁ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି । ଗାଁରେ ପୁଲିସ ଫୋର୍ସ ପହଞ୍ଚି କମ୍ବିଂ ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons