ଆନେ୍ଦାଳନକୁ ଓହ୍ଲାଇବେ ବିଦୁ୍ୟତ କର୍ମଚାରୀ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ୬ ମାସ ହେଲା ଦରମା ନାହିଁ କି ବୃଦ୍ଧି ଘଟୁନାହିଁ । କିନ୍ତୁ କାର୍ଯ୍ୟର ଚାପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ପ୍ରତିବାଦରେ ଆନେ୍ଦାଳନକୁ ଓହ୍ଲାଇବେ ବିଦୁ୍ୟତ କର୍ମଚାରୀ । ସାଉଥ୍କୋ ଅଧୀନ ଠିକା ଶ୍ରମିକ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଓଡ଼ିଶା ରାଜ୍ୟ ବିଦୁ୍ୟତ ଶ୍ରମିକ କର୍ମଚାରୀ ସଂଘ ବୈଠକରେ ଏଭଳି ଘୋଷଣା କରାଯାଇଛି ।
ରାୟଗଡ଼ା ସାଉଥ୍କୋ ଡିଭିଜନ ଅଧୀନରେ ୧୩ ଟି ସବ୍ଷ୍ଟେସନର ଠିକା କର୍ମଚାରୀମାନେ ଆଜି ବୈଠକରେ ଅଂଶଗ୍ରହଣ କରିଥିଲେ । ଗତ ଏପ୍ରିଲଠାରୁ ସେମାନଙ୍କ ଦରମା ଅଦ୍ୟାବଧି ପ୍ରଦାନ କରାଯାଇ ନାହିଁ । ଏପରି କି ୨୦୧୬ ଏପ୍ରିଲରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ଦ୍ଧିତ ଭିଡ଼ିଏ ୭.୨୦ ଟଙ୍କା ହିସାବରେ ଏବଂ ୨୦୧୭ ଏପ୍ରିଲଠାରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ୧୩.୨୦ ଟଙ୍କା ହିସାବରେ ଭିଡ଼ିଏ ପ୍ରଦାନ ହୋଇ ନଥିବା ଅଭିଯୋଗ କରାଯାଇଛି । ସେଭଳି ଶ୍ରମିକଙ୍କ ଇପିଏଫ୍ ଦାଖଲରେ ମଧ୍ୟ ଅନେକ ତ୍ରୁଟି ରହିଥିବା ବେଳେ ନାନା ସମସ୍ୟା ଦେଇ କର୍ମଚାରୀମାନେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଥିବା ବୈଠକରେ ଆଲୋଚନା କରିଥିଲେ । ସମସ୍ୟା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ମହାପ୍ରବନ୍ଧକଙ୍କୁ ବାରମ୍ବାର ଜଣାଯାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଆସନ୍ତା ୧୬ ତାରିଖ ସୁଦ୍ଧା ବକେୟା ଦରମା ଓ ଭିଡ଼ିଏ ପ୍ରଦାନ କରା ନଗଲେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ବୈଠକରେ କର୍ମଚାରୀମାନେ ଘୋଷଣା କରିଛନ୍ତି । ୧୭ ରୁ ୧୯ ତିନିଦିନ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବେ । ୨୦ ତାରିଖ ଠାରୁ ସାଉଥକୋ ଡିଭିଜନ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ନିମନ୍ତେ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ସଂଘ ସଭାପତି ଦୀନବନ୍ଧୁୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମଣ୍ଡଳ ସମ୍ପାଦକ ପ୍ରଫୁଲଚନ୍ଦ୍ର ମହାପାତ୍ର, ଡିଭିଜନାଲ ସମ୍ପାଦକ ବିଜୟକୁମାର ରାଉଳ, ସହସମ୍ପାଦକ ବସନ୍ତକୁମାର ସେନାପତି ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons