କରୋନା ମୁକାବିଲାରେ ସରକାର ବିଫଳ : କଂଗ୍ରେସ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଜିଲ୍ଲାରେ କରୋନା ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ୍ ହୋଇଛନ୍ତି । ଜିଲ୍ଲାରେ ଆବଶ୍ୟକ ଭେଣ୍ଟିଲେଟର ରହିଛି । କିନ୍ତୁ ବିଶେଷଜ୍ଞ ଅଭାବ ଯୋଗୁ ରୋଗୀଙ୍କୁ ଭେଣ୍ଟିଲେଟର ସେବା ମିଳିପାରୁନି । ଜିଲ୍ଲା କଂଗ୍ରେସ ପକ୍ଷରୁ ରବିବାର ଏଭଳି ଅଭିଯୋଗ କରାଯାଇଛି । ଏହା ବ୍ୟତୀତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାଲ୍କୋ ପକ୍ଷରୁ କୋଟିକୋଟି ଟଙ୍କାର ଅନୁଦାନକୁ ଖର୍ଚ୍ଚ କରିବା ସତ୍ତେ୍ୱ ପ୍ରତିଦିନ ମୁଣ୍ଡ ଯାଉଥିବା କଂଗ୍ରେସ କହିଛି ।
କଂଗ୍ରେସ ଭବନଠାରେ ଆୟୋଜିତ ଜିଲ୍ଲା କଂଗ୍ରେସ କମିଟିର ଏକ ବୈଠକରେ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ ଅଧ୍ୟକ୍ଷତା କରି କହିଛନ୍ତି, ଜିଲ୍ଲାରେ କରୋନା ସ୍ଥିତି ଉଦବେଗଜନକ ସ୍ଥିତିକୁ ଚାଲିଆସିଛି । ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କରୋନା ମୁକାବିଲା ପାଇଁ ଆବଶ୍ୟକ ଭେଣ୍ଟିଲେଟର୍ ଥିଲେ ହେଁ ବିଶେଷଜ୍ଞ ଅଭାବ ରହିଛନ୍ତି । ଫଳରେ ରୋଗୀଙ୍କୁ ଭେଣ୍ଟିଲେଟର ଉପଲବ୍ଧ ହୋଇପାରୁନି । ନାଲକୋ ପକ୍ଷରୁ ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହା ସତ୍ତେ୍ୱ କରୋନାରେ ପ୍ରତିଦିନ ଲୋକଙ୍କ ମୃତୁ୍ୟ ହେଉଛି । ଅନୁଦାନ ଟଙ୍କା ଖର୍ଚ୍ଚର ହିସାବ ମଧ୍ୟ ମିଳୁନାହିଁ । ଗରିବ ଲୋକେ ଅର୍ଥ ଅଭାବରୁ ଭୁବନେଶ୍ୱର, କଟକ ମେଡିକାଲ ଯାଇ ନପାରି ମୃତୁ୍ୟ ମୁଖରେ ପଡୁଛନ୍ତି । ଏପରିସ୍ଥଳେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋଭିଡ-୧୯ ହସ୍ପିଟାଲକୁ ଆବଶ୍ୟକ ଭେଣ୍ଟିଲେଟର, ଆମ୍ବୁଲାନ୍ସ ସମେତ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବାକୁ ଦଳ ଦାବି କରିଛି । ଭେଣ୍ଟିଲେଟର ଓ ଆମ୍ବୁଲାନ୍ସ ଦାବିରେ ଆସନ୍ତା ସୋମବାରରୁ ସାମ୍ବାଦିକ ସଙ୍ଘ ଆନେ୍ଦାଳନକୁ ଓହ୍ଲାଉଥିବାରୁ ଦଳ ସଙ୍ଘକୁ ସମର୍ଥନ କରୁଥିବା ଶ୍ରୀ ତ୍ରିପାଠୀ କହିଛନ୍ତି । କଂଗ୍ରେସର ଏହି ବୈଠକରେ ଦିଲ୍ଲୀପ ବେହେରା, ପରୀ ସାହୁ, କ୍ଷେମରାଜ ବାଘ, ଅଖିଳ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons