କଟକ,(ବି.ବି.ବୁ୍ୟରୋ): ପ୍ରଥମେ ଯାଇଥିଲେ ସେକ୍ ମତଲୁବ ଅଲି, ଏବେ ଗଲେ ଶରତ କର । ଅଳ୍ପ କେଇ ଦିନର ବ୍ୟବଧାନରେ ମାହାଙ୍ଗା ତା’ ମାଟିର ଦୁଇ ତୁଙ୍ଗ ନେତୃତ୍ୱଙ୍କୁ ହରାଇ ଏବେ ସ୍ତବ୍ଧ । ଆଗପଛ ହୋଇ ସତେ ଯେମିତି ଡକାଡକି ହୋଇ ଚାଲିଗଲେ ରାଜନୈତିକ ମଇଦାନର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ଶରତରେ ନିରବି ଯାଇଛନ୍ତି ମାହାଙ୍ଗାର ଅନ୍ୟତମ ବରପୁତ୍ର ଶରତ କର ।
ସାହିତ୍ୟ, ସଂସ୍କୃତି ଓ ରାଜନୀତିର ସାର୍ଥକ ସଙ୍ଗମ ଶରତ କରଙ୍କ ପରଲୋକ ସହ ଦୀର୍ଘ ୫ ଦଶନ୍ଧିର ଏକ ସଫଳ ଓ ମର୍ଯ୍ୟାଦାଜନକ ରାଜନୈତିକ ଜୀବନର ପୂର୍ଣ୍ଣଛେଦ ପଡିଛି । ୮୧ ବର୍ଷ ବୟସରେ ଆଜି ଅପରାହ୍ନ ୩ ଟା ୧୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ରାଜନେତା, ମନ୍ତ୍ରୀ, ସାହିତି୍ୟକ ଓ ସଂସ୍କୃତିପ୍ରେମୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମାତ୍ର ସପ୍ତାହକ ତଳେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକାଞ୍ଜଳି ଜଣାଇଥିବା ଶରତ କର ଯେ ଅଚାନକ ଏମିତି ଚାଲିଯିବେ ତାହା ସମସ୍ତଙ୍କ ପାଇଁ କଳ୍ପନାର ବାହାରେ ଥିଲା । ତାଙ୍କ ପରଲୋକ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ ମାହାଙ୍ଗାର ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଧୀନସ୍ଥ ଚାୟାଁପାଳ ଗ୍ରାମରେ ଏକ ସଂସ୍କୃତି ସଂପନ୍ନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶରତ । ବାପା ସ୍ୱର୍ଗତ କୁଳମଣି କର ଜଣେ ସାହିତ୍ୟପ୍ରେମୀ ଓ ସମାଜସେବୀ ଭାବେ ମାହାଙ୍ଗାରେ ବେଶ ପରିଚିତ ଥିଲେ । ଜଣେ ମେଧାବୀ ଛାତ୍ର ଭାବେ କଟକର ଡଗରପଡା ସ୍କୁଲ୍ରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ସେ ରେଭେନସା କଲେଜ ଓ ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ । ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ତେବେ ରାଜନୀତି ପ୍ରତି ଆଗ୍ରହ କାରଣରୁ ପ୍ରବାଦପୁରୁଷ ବିଜୁ ପ;ନାୟକ ଓ ମହାନ ଜନନାୟକ ଲାଲବାହାଦୂର ଶାସ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ୧୯୬୭ ମସିହାରେ ଅଧ୍ୟାପକ ଚାକିରିରୁ ଇସ୍ତଫା ଦେଇ ସେ ମାହାଙ୍ଗାରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢିଥିଲେ । ପରେ ବିଜୁ ପ;ନାୟକ କଂଗ୍ରେସରୁ ବାହାରି ସ୍ୱତନ୍ତ୍ର ରାଜନୈତିକ ଦଳ ‘ଉକ୍ରଳ କଂଗ୍ରେସ’ ଗଢିଥିଲେ । ବିଜୁ ବାବୁଙ୍କ ନେତୃତ୍ୱରେ ୧୯୭୧ ମସିହାରେ ମାହାଙ୍ଗାରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହି ପ୍ରଥମ ଜିତାପଟରେ, ଅତି କମ୍ ବୟସରେ ସେ ବିଶ୍ୱନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶିକ୍ଷାମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ।
ପରବର୍ତ୍ତୀ ସମୟରେ ମାହାଙ୍ଗାରେ ଅଣକଂଗ୍ରେସ ରାଜନୀତିର କର୍ଣ୍ଣଧାର ଭାବେ ସେ ତିÂି ରହିଥିଲେ । ୧୯୭୪ରେ ନିର୍ବାଚନରେ ମତଲୁବ ଅଲିଙ୍କଠାରୁ ପରାସ୍ତ ହୋଇଥିଲେ ମଧ୍ୟ ୧୯୭୭ରେ କଟକ ଲୋକସଭା ନିର୍ବାଚନରେ ଜାନକୀ ବଲ୍ଲଭ ପ;ନାୟକଙ୍କୁ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦ ଓ ୧୯୮୫ ନିର୍ବାଚନରେ ପରାସ୍ତ ହେବା ସତ୍ତେ୍ୱ ଅଣକଂଗ୍ରେସ ରାଜନୀତିର ନେତୃତ୍ୱ ନେଉଥିଲେ । ୧୯୯୦ ରୁ ୧୯୯୫ ଓ ୨୦୦୦ ରୁ ୨୦୦୪ ବିଧାନସଭାକୁ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସେ ବହୁ ଗୁରୁତ୍ୱପୁର୍ଣ୍ଣ ପଦବି ଅଳଙ୍କୃତ କରିଥିଲେ । ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କ୍ରୀଡା, ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଓ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଭଳି ମର୍ଯ୍ୟାଦାଜନକ ପଦବିରେ ଦକ୍ଷତାର ସହିତ ସେ କାର୍ଯ୍ୟ କରିଥିଲେ ।
ଜଣେ ବାଗ୍ମୀ, ସାହିତ୍ୟାନୁରାଗୀ, ଚିନ୍ତାନାୟକ ଭାବେ ସ୍ୱର୍ଗତ କରଙ୍କର ଜାତୀୟ ସ୍ତରରେ ସୁନାମ ରହିଛି । ୧୯୬୪ ମସିହାରେ ମାହାଙ୍ଗାରେ ବୈଷ୍ଣବ ପାଣି ସ୍ମୃତି ସଂସଦ ନାମରେ ଏକ ଅନୁÂାନ ଗଠନ କରି ସେ ପାଣି ସାହିତ୍ୟକୁ ରାଜ୍ୟ ବାହାରେ ପ୍ରଚାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହାବାଦ୍ ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ତତ୍ତ୍ୱ ଓ ବିଛନ୍ଦଚରଣ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିÂିତ ଅନୁÂାନ ଭଞ୍ଜ ସାହିତ୍ୟ ସଂସଦର ସେ ଜଣେ ସଂଗଠକ ଭାବେ କାର୍ଯ୍ୟ କରୁଥିଲେ । ଜଣେ ସୁବକ୍ତା ଭାବେ ସ୍ୱର୍ଗତ କରଙ୍କର ପ୍ରସିଦ୍ଧି ରହିଛି । ଓଡ଼ିଆ, ଇଂରାଜୀ, ହିନ୍ଦୀ ସମେତ ବିଭିନ୍ନ ଭାଷାରେ ସେ ଦକ୍ଷତା ଅର୍ଜନ କରିଥିଲେ । ତାଙ୍କ ବଡ଼ ଭାଇ ରଜତ କର ଜଣେ ବାଗ୍ମୀ ଭାବେ ଖ୍ୟାତି ଅର୍ଜନ କରିଥିଲା ବେଳେ ତାଙ୍କ ପନôୀ ଅନିମା କର ମଧ୍ୟ ଜଣେ ଜଣାଶୁଣା ସାହିତି୍ୟକା । ବଡ ପୁଅ ସୁମନ କର ଇଂରାଜୀ ଅଧ୍ୟାପକ ଓ ସାନ ପୁଅ ଶୋଭନ କର ଜଣେ ଆଲାଏଡ୍ ଅଧିକାରୀ ଭାବେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଅଛନ୍ତି ।
ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ଯେ ସେ ଜଣେ ପ୍ରତିଭାବାନ୍ ରାଜନେତା ଓ ଦକ୍ଷ ପ୍ରଶାସକ ଥିଲେ । ସେ ବିଧାନସଭାର ବାଚସ୍ପତି ଭାବେ ଦକ୍ଷତାର ସହ ଗୃହ ପରିଚାଳନା କରି ଏକ ଉତ୍ତମ ସଂସଦୀୟ ପରମ୍ପରା ପ୍ରତିÂା କରିଥିଲେ । ଓଡ଼ିଶା ସରକାରରେ ମନ୍ତ୍ରୀ ଭାବେ ସେ ତାଙ୍କ ନେତୃତ୍ୱ ଓ ଅଭିଜ୍ଞତାର ପରାକାÂା ଦେଖାଇଛନ୍ତି । ଜଣେ ସୁଲେଖକ ଓ ସୁବକ୍ତା ସହ ସଂସ୍କୃତି ଚର୍ଚ୍ଚାରେ ତାଙ୍କର ଗଭୀର ଜ୍ଞାନ ଥିଲା । ରାଜ୍ୟ ଜଣେ ବିଶିଷ୍ଟ ରାଜନେତାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, ବାଗ୍ମୀ, ସାହିତି୍ୟକ ଓ ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତି ଓ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରୁଛି । ସମଗ୍ର ରାଜ୍ୟରୁ ବହୁ ଲୋକ ସ୍ୱର୍ଗତ କରଙ୍କୁ ଜଣେ ବିଶିଷ୍ଟ ଜନନେତା ଭାବେ ଦର୍ଶାଇ ଶୋକବ୍ୟକ୍ତ କରିଛନ୍ତି ।
Comments are closed, but trackbacks and pingbacks are open.