୨୪ ଘଣ୍ଟାରେ ଗଲା ୧୮ ଜୀବନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚବିଶ ଘଣ୍ଟାରେ କରୋନାରେ ଯାଇଛି ୧୮ ଜୀବନ । ଦିନକରେ ଏହା ସର୍ବାଧିକ । ସୋମବାର ସବୁଠୁ ଅଧିକ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ୨୮ ବର୍ଷିୟା ମହିଳା ମଧ୍ୟ ରହିଛନ୍ତି । ଏପଟେ ମୋଟ୍ କରୋନା ମୃତୁ୍ୟ ୧ହଜାର ୪୦କୁ ବୃଦ୍ଧି ପାଇଛି । ମୃତୁ୍ୟହାର ରହିଛି ୦.୪୦ଧ ।
ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ୩, ଭୁବନେଶ୍ୱରରୁ ୨, କଟକରୁ ୪, ଯାଜପୁରରୁ ୨, ଜଗତସିଂହପୁରରୁ ୧, ଖୋର୍ଦ୍ଧାରୁ ୧, ମୟୂରଭଞ୍ଜରୁ ୧, ନବରଙ୍ଗପୁରରୁ ୧, ପୁରୀରୁ ୧ ଓ ସୁନ୍ଦରଗଡ଼ରୁ ୨ ଜଣ ରହିଛନ୍ତି ।
ସୋମବାର ସୁସ୍ଥ ହୋଇଛନ୍ତି ୨ ହଜାର ୫୭୭ ଜଣ । ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨କୁ ବୃଦ୍ଧି ପାଇଛି । ଏପଟେ ସୋମବାର ସଂକ୍ରମଣ ଆହୁରି କମିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୪୨୩ ଜଣ । ଦିନକୁ ଦିନ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ଖସି ଚାଲିଛି । ଏତେ ସବୁ ପରେ ଏବେ ବି ୯ ଜିଲ୍ଲା ରେଡ୍ ଜୋନ୍ରେ ରହିଛି । ଅର୍ଥାତ ୯ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏବେ ବି ୧ ହଜାର ଉପରେ । ୧୨ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦୦ରୁ ତଳେ ରହିଛି । ସବୁଠୁ ବେଶି ସକ୍ରିୟ ରୋଗୀ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ସବୁଠୁ କମ୍ ରହିଛନ୍ତି ଗଜପତି ଜିଲ୍ଲାରେ ।
ସର୍ବାଧିକ ସଂକ୍ରମିତ ଜିଲ୍ଲାର ମାନ୍ୟତା ବଜାୟ ରଖିଛି ଖୋର୍ଦ୍ଧା । ଜିଲ୍ଲାରୁ ଆଜି ୩୫୯ ଜଣ ସଂକ୍ରମିତ ହୋଇଛନ୍ତି । ମୋଟ୍ ରୋଗୀ ସଂଖ୍ୟା ଜିଲ୍ଲାରେ ୪୩ ହଜାର ୯୨୪କୁ ବଢିଛି । ସକ୍ରିୟ ରୋଗୀ ସଂଖ୍ୟା ସାଢେ ୩ ହଜାର ନିକଟକୁ ଖସି ଆସିଛି ।
କଟକରେ ୧୧୮ ଜଣ ପଜିଟିଭ୍ ହୋଇଛନ୍ତି ସୋମବାର । ମୋଟ୍ ରୋଗୀ ସଂଖ୍ୟା ଜିଲ୍ଲାରେ ୨୩ ହଜାର ୨୬୨କୁ ବଢିଛି । ସକ୍ରିୟ ରୋଗୀ ସଂଖ୍ୟା ଜିଲ୍ଲାରେ ୧୫ ଶହରୁ ସାମନ୍ୟ ଅଧିକ ରହିଛି ।
ତୃତୀୟ ସର୍ବର୍ାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଗଞ୍ଜାମରୁ । ଆଜି ମାତ୍ର ୩୭ ଜଣ ଆକ୍ରାନ୍ତ ବାହାରିଛନ୍ତି । ଏଠାରେ ସକ୍ରିୟ ରୋଗୀ ସଂଖ୍ୟା ୨ ଶହ ତଳେ ରହିଛି ।
ପୁରୀରେ ମଧ୍ୟ ୭୩ ଜଣ ସଂକ୍ରମିତ ହୋଇଛନ୍ତି । ମୋଟ୍ ରୋଗୀ ସଂଖ୍ୟା ଜିଲ୍ଲାରେ ୧୧ ହଜାର ୩୮୪କୁ ବଢିଛି । ଏଠି ବି ସକ୍ରିୟ ରୋଗୀ ସଂଖ୍ୟା ୧ ହଜାରରୁ କମ୍ ରହିଛି ।
ମୟୂରଭଞ୍ଜରେ ୧୨୮ ଜଣ ଚିହ୍ନଟ ହୋଇଛନ୍ତି ଆଜି । ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୫୩୭କୁ ବଢିଛି । ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ହଜାର ତଳକୁ ଖସିଛି ।
ତେବେ ଅନୁଗୁଳରେ କରୋନା ପିକ୍ରେ ରହିଛି । ଆଜି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ରୋଗୀ ସଂଖ୍ୟା ୫ହଜାର ୮୭୮କୁ ବଢିଛି । ଦିନକରେ ଦ୍ୱିତୀୟ ସର୍ବାଧିକ ରୋଗୀ ଅନୁଗୁଳରୁ ହିଁ ଚିହ୍ନଟ ହୋଇଛନ୍ତି ।
ବରଗଡ଼ରେ ୯୯, ଭଦ୍ରକରେ ୬୭, ବଲାଙ୍ଗୀରରେ ୯୩, ଢେଙ୍କାନାଳରେ ୬୬, ଜଗତସିଂହପୁରରେ ୮୪, ଯାଜପୁରରେ ୯୭, ଝାରସଗୁଡ଼ାରେ ୬୬, କଳାହାଣ୍ଡିରେ ୫୭, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୭୦,ନୂଆପଡ଼ାରୁ ୭୩, ସମ୍ବଲପୁରରେ ୬୦, ସୁବର୍ଣ୍ଣପୁରରେ ୫୩ ଓ ସୁନ୍ଦରଗଡ଼ରେ ୧୯୫ ଜଣ ପଜିଟିଭ୍ ବାହରିଛନ୍ତି ।
ସୁସ୍ଥଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୪୪, ଯାଜପୁରରୁ ୧୩୭, ଖୋର୍ଦ୍ଧାରୁ ୧୨୪, ବାଲେଶ୍ୱରରୁ ୧୨୦, ସମ୍ବଲପୁରରୁ ୧୨୦, କେନ୍ଦ୍ରାପଡ଼ାରୁ ୧୧୪, ପୁରୀରୁ ୧୧୪, ସୁନ୍ଦରଗଡ଼ରୁ ୧୧୧, ଅନୁଗୁଳରୁ ୧୦୮, ବଲାଙ୍ଗୀରରୁ ୧୦୩, ମୟୂରଭଞ୍ଜରୁ ୧୦୧, ବରଗଡ଼ରୁ ୯୭, ନୂଆପଡାରୁ ୯୦, ନବରଙ୍ଗପୁରରୁ ୮୧, କେନ୍ଦୁଝରରୁ ୭୪, ଜଗତସିଂହପୁରରୁ ୭୧, ଢେଙ୍କାନାଳରୁ ୬୯, ଭଦ୍ରକରୁ ୬୭, ନୟାଗଡ଼ରୁ ୬୭, ଝାରସୁଗୁଡ଼ାରୁ ୬୨, ମାଲକାନଗିରିରୁ ୫୭, କନ୍ଧମାଳରେ ୪୯, ସୋନପୁରରେ ୪୫, କଳାହାଣ୍ଡିରେ ୩୯, ଗଞ୍ଜାମରେ ୩୬, ବୌଦ୍ଧରେ ୩୪, କୋରାପୁଟ୍ରେ ୩୩, ଦେବଗଡ଼ରେ ୨୩, ରାୟଗଡ଼ାରେ ୧୯ ଓ ଗଜପତିରେ ୧୩ ଜଣ ସୁସ୍ଥ ହୋଇଛନ୍ତି ।
ଆଜି ରାଜ୍ୟରେ ୪୧ ହଜାର ୯୬ ନମୁନା ପରୀକ୍ଷା ହୋଇଛି । ମୋଟ୍ ନମୁନା ପରୀକ୍ଷା ସଂଖ୍ୟା ୩୭ ଲକ୍ଷ ୯୬ ହଜାର ୭୬୭କୁ ବଢିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons