ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛିି ବିଜୁ ଜନତା ଦଳ ଓ କଂଗ୍ରେସ । ବିଜେଡି ବାଲେଶ୍ୱରରୁ ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବେଳେ ତିର୍ତ୍ତୋଲ ଆସନରୁ ବିଜୟ ଶଙ୍କର ଦାସଙ୍କ ନାମରେ ମୋହର ମାରିଛି । ଦଳର ସଭାପତିଙ୍କ ପକ୍ଷରୁ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଦଳର ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବାଲେଶ୍ୱର ପାଇଁ ଦଳ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲରେ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ବାଛିଛି । ଏଆଇସିସି ପକ୍ଷରୁ ସୋମବାର ସନ୍ଧ୍ୟାରେ ଏ ନାମ ପ୍ରକାଶ ପାଇଛି । ବିଜେପି ରବିବାର ପ୍ରାର୍ଥୀ ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ପେଡ଼ି ଖୋଲିଛନ୍ତି ।
ତିର୍ତ୍ତୋଲରେ ବିଜେପିର ବାଲେଶ୍ୱର ଫର୍ମୁଲା ଆପଣାଇଛି ବିଜେଡି । ଦଳ ଏଠାରେ ଦିବଂଗତ ବିଷ୍ଣୁ ଚରଣ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କୁ ଧରି ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ବାଲେଶ୍ୱରରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ପୂର୍ବତନ ମୁ୍ୟନିସପାଲଟି କାଉନସିଲର ସ୍ୱରୂପଙ୍କୁ ଦଳ ଟିକେଟ୍ ଦେଇଛି । ସ୍ୱରୂପଙ୍କ ପରିବାର ବାଲେଶ୍ୱରରେ ରାଜନୈତିକ ପରିବାର ଭାବେ ବେଶ ଜଣାଶୁଣା । କଂଗ୍ରେସର ତିର୍ତ୍ତୋଲ ପ୍ରାର୍ଥୀ ହିମାଂଶୁ ଭୂଷଣ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ । ସେ ପେସାରେ ଜଣେ ଇଂଜିନିୟର୍ । ସେହିଭଳି ବାଲେଶ୍ୱରର ପ୍ରାର୍ଥୀ ମମତା ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ‘ଆପ୍’ର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ସେ କଂଗ୍ରେସକୁ ଆସି ଦଳୀୟ ଟିକେଟ୍ ପାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons