ଚିଲିକା କୂଳରେ ମୃତ ଡଲଫିନ୍

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ୍): ଚିଲିକା କୂଳରୁ ଉଦ୍ଧାର ହୋଇଛି ମୃତ ଡଲଫିନ୍ । ଚିଲିକାରେ ଅଧିକ ଡଲଫିନ୍ ରହିଥିବା ସର୍ଭେ ରିପୋର୍ଟରୁ ସୂଚନା ମିଳିଥିଲା । ଚିଲିକାର ଡଲଫିନ୍ ଦେଶବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । କିନ୍ତୁ ବିଭିନ୍ନ ସମୟରେ ଚିଲିକାରୁ ମୃତ ଡଲଫିନ୍ ଉଦ୍ଧାର ଘଟଣା ନୂଆ ନୁହେଁ । ସୋମବାର ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତରେ ଥିବା ସ୍ୱସ୍ତି ଚିଲିକା ରିସୋର୍ଟ ନିକଟ ଚିଲିକା କୂଳରେ ଏକ ମୃତ ଡଲଫିନ୍୍ ଭାସୁଥିବା ସ୍ଥାନୀୟ ଲୋକ ଦେଖି ବନ୍ୟପ୍ରାଣୀ ବିଭାଗ ସହ ଯୋଗାଯୋଗ କରିଥିଲେ । ଖବର ପାଇ କେଶପୁର ବନ୍ୟପ୍ରାଣୀ ବନାଞ୍ଚଳ ଫରେଷ୍ଟର ଜିତେନ୍ଦ୍ର କୁମାର ନାୟକଙ୍କ ନିଦେ୍ର୍ଧଶକ୍ରମେ ଫରେଷ୍ଟ ଗାର୍ଡ ଛବିରାଣୀ ବେହେରା, ବିଦ୍ୟାଧର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଡଲଫିନ୍୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୃତ ଡଲଫିନ୍ର ଲମ୍ୱ ପାଞ୍ଚ ଫୁଟ୍ ଓ ଓଜନ ଏକ କ୍ୱିଣ୍ଟାଲ୍ ହେବ ବୋଲି ଅନୁମାନ କରାଯାଉଛି । ଡଲଫିନ୍୍ର କିପରି ମୃତୁ୍ୟ ହେଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ନାୟକ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ- ବଙ୍ଗୋପସାଗରକୁ ଲାଗିଥିବା ଗଞ୍ଜାମ ଉପକୂଳରେ ବିଭିନ୍ନ ସମୟରେ ବିଭିନ୍ନ ଜଳଜ ବିଶେଷ କରି ସାମୁଦ୍ରିକ ଜୀବଙ୍କ ମୃତଦେହ ଉଦ୍ଧାର କରାଯାଉଛି । ବିରଳ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡା ଦେବାକୁ ଆସୁଥିବା ବେଳେ ଅନେକ ସମୟରେ ଟ୍ରଲର୍ ଧକ୍କା ହେଉ ବା ଅନ୍ୟାନ୍ୟ କାରଣରୁ ମରିଥାନ୍ତି । ସେମାନଙ୍କ ମୃତଦେହ ବାଲୁକା ଶଯ୍ୟାରେ ପଡିଥାଏ ବା ଜୁଆରରେ ଭାସି ଆସି କୂଳରେ ଲାଗେ । ଗତ କିଛି ବର୍ଷ ମଧ୍ୟରେ ଏକାଧିକ ଥର ମୃତ ତିମି ଗଞ୍ଜାମ ଉପକୂଳରୁ ମିଳିଛି । ଦୀର୍ଘ ଦିନ ପରେ ଚିଲିକା ଉପକୂଳରେ ମୃତ ଡଲଫିନ୍ ଠାବ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons