ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Get real time updates directly on you device, subscribe now.

ଗୋପାଳପୁର, (ବି.ବି.ନୁ୍ୟଜ୍): ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତ ରୂପ ଧାରଣ କରିଛି । ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ବର୍ଷା ଲାଗି ରହିଛି । ରବିବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୨୧ ମିମି ବର୍ଷା ରେକର୍ଡ କରାଯାଇଛି । ଲଘୁଚାପ ପ୍ରଭାବରେ ଜିଲ୍ଲାରେ ବର୍ଷା ଜାରି ରହିଥିବାରୁ ଅନେକ ଚାଷ ଜମି ସହ ଜଳାଶୟରେ ପାଣି ଉଛୁଳୁଥିବା ଦେଖିବାକୁ ମିଳିଛି । ଜିଲ୍ଲାକୁ ଅରେଞ୍ଜ୍୍ ୱାର୍ଣ୍ଣିଂ ଦିଆଯିବା ଗୋପାଳପୁର ବନ୍ଦରକୁ ସହ ୩ ନଂ ବିପଦ ସଙ୍କେତ ଜାରି ହୋଇଛି । ଉପରମୁଣ୍ଡରେ ବର୍ଷା ନଥିବାରୁ ଜିଲ୍ଲାରେ କୌଣସି ଡ୍ୟାମ୍ କିମ୍ବା ନଦୀରେ ବନ୍ୟା ପରିସ୍ଥିତି ନଥିବା ବନ୍ୟା ନିୟନ୍ତ୍ରଣ କକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳୁ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ରହିଥିବା ବେଳେ ଆଜି ସକାଳ ୮.୩୦ରେ ଗୋପାଳପୁରରେ ୩୨.୧ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାରୁ ଭିତରକୁ ଏବଂ ବେଳାଭୂମିକୁ ଯିବାକୁ ବାରଣ କରି ଗୋପାଳପୁର ପୁଲିସ ପାଟ୍ରୋଲିଂ ଆରମ୍ଭ କରିଦେଇଛି । ମଙ୍ଗଳବାର ଭୋର ସକାଳୁ ଆନ୍ଧ୍ର ପ୍ରଦେଶର କାକିନାଡ଼ା ନିକଟରେ ସ୍ଥଳ ଭାଗ ଛୁଇଁବ । ବିଶାଖପାଟଣାମ୍ ଠାରୁ ଦକ୍ଷିଣ ପୂର୍ବରେ ୨୪୦ କିଲୋମିଟର ଦୂରରେ ଅବସ୍ଥିତ ଥିବା ବେଳେ ବର୍ତ୍ତମାନ ଏହାର ଗତି ଘଣ୍ଟା ପ୍ରତି ୬ କିଲୋମିଟର ରହିଛି । ଗୋପାଳପୁର ଉପକୂଳ ଅଞ୍ଚଳରେ ୩୦ ରୁ୪୦ ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ସ୍ଥଳ ଭାଗ ଛୁଇଁବ ବେଳେ ୪୦ ରୁ ୫୦ ବେଗରେ ପବନ ବହିବାର ସମ୍ଭାବନା ରହିଛି । ମଙ୍ଗଳବାର ଗୋପାଳପୁର ବନ୍ଦରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମଙ୍ଗଳବାର ଓ ବୁଧବାର ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗର ବୈଜ୍ଞାନିକ କେ. ଏସ. ମୂର୍ତ୍ତି ଓ ବାଳ କୃଷ୍ଣ ତ୍ରିପାଠୀ ସୂଚନା ଦେଇଛନ୍ତି ।
ବନ୍ୟା ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଜିଲ୍ଲାରେ ୨୮ଟି ଷ୍ଟେସନ୍ରେ ବର୍ଷା ରେକର୍ଡ କରାଯାଇଛି । ରବିିବାର ୧୨ଘଣ୍ଟା ମଧ୍ୟରେ ହାରାହାରି ୨୧ ମିମି ବର୍ଷା ରେକର୍ଡ ହୋଇଛି । ଛତ୍ରପୁରରେ ସର୍ବାଧିକ ୮୭ ମିମି ବର୍ଷା ହୋଇଥିବା ବେଳେ ନରେନ୍ଦ୍ରପୁରରେ ୫୨୍, ଚିକିଟିରେ ୩୮୍, ବ୍ରହ୍ମପୁରରେ ୩୦୍, କୁକୁଡ଼ାଖଣ୍ଡିରେ ୩୩ମିମି ବର୍ଷା ରେକର୍ଡ କରାଯାଇଛି । ଓଡ଼ିଶା ରେନ୍ଫଲ୍ ମନିଟରିଂ ସିଷ୍ଟମ୍ରୁ ମିଳିଥିବା ସୂଚନା ପ୍ରକାରେ ଅକ୍ଟୋବର ମାସରେ ଜିଲ୍ଲାରେ ହାରାହାରି ୧୭୭.୭ ଏମ୍ଏମ୍ ବର୍ଷା ହୋଇଥାଏ । କିନ୍ତୁ ମାସର ୧୨ଦିନ ମଧ୍ୟରେ ୧୩୮.୧୭ ଏମ୍ଏମ୍ ବର୍ଷା ହୋଇସାରିଥିବା ରେକର୍ଡ ହୋଇଛି । ଚଳିତମାସରେ ଆହୁରି ଅଧିକ ବର୍ଷା ହେବ ବୋଲି ଆଶା କରାଯାଉଛି ।
ଚାଷ ଜମି ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସମସ୍ୟା ନାହିଁ ବୋଲି କୃଷି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ବିଳମ୍ବ ଚାଷ ହୋଇଥାଏ । ବର୍ତ୍ତମାନ ଧାନ ଗଛରେ କେଣ୍ଡା ଧରୁଛି । ତେଣୁ ଚାଷ ଜମିରେ ପାଣି ଜମିଲେ କୌଣସି ଭୟ କରିବାର ନାହିଁ । କିନ୍ତୁ ପବନ ହେଲେ ଧାନଗଛ ନଷ୍ଟ ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି ଭାରପ୍ରାପ୍ତ କୃଷି ଉପ ନିଦେ୍ର୍ଧଶକ ଭାସ୍କର ପାଢ଼ି । ଅଧିକ ପବନ ହେବା ନେଇ ପାଣିପାଗ ବିିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଗଞ୍ଜାମରେ ଫସଲ ନଷ୍ଟ ହେଉଛି । ଫାଇଲିନ୍ ପରଠୁ ଜିଲ୍ଲାରେ ଅକ୍ଟୋବର ମାସରେ ବର୍ଷା ସହ ଅନେକ ଜାଗାରେ ପାଣି ଜମି ଫସଲ ନଷ୍ଟ ହେଉଥିବାରୁ ଚାଷୀ ମଧ୍ୟ ଭୟଭୀତ ହୋଇ ରହିଛନ୍ତି । ଗଞ୍ଜାମ ଜିଲ୍ଲାର ୨ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଧାନ ଚାଷ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିିପଦ ନାହିଁ । ଆଗାମୀ ପରିସ୍ଥିତି ଦେଖିବା ପରେ ହିଁ ଏ ସମ୍ପର୍କରେ ଅଧିକ ସୂଚନା ଦିଆଯାଇପାରିବ ବୋଲି ଉପକୃଷି ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons