ଗୁରୁତର ରୋଗୀ ଆଉ ବାହାରକୁ ଯିବେନି: ଜିଲ୍ଲାପାଳ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ଜିଲ୍ଲାର ଗୁରୁତର କରୋନା ରୋଗୀଙ୍କୁ ଆଉ ଭୁବନେଶ୍ୱର ଯିବାକୁ ପଡ଼ିବନି । ଏଠାରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା କରାଯିବ । ଆଜିଠାରୁ ଏଠାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୭୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍କୁ ଲୋକାର୍ପିତ କରି ଏହା କହିଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର ।
ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି, ମେଡିକାଲ କଲେଜରେ ଏଣିକି ଗୁରୁତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳିପାରିବ । କୋଭିଡ ହସ୍ପିଟାଲରେ ୬୫ଟି ସାଧାରଣ ଶଯ୍ୟା ଏବଂ ୫ଟି ଆଇସିୟୁ ସୁବିଧା ରହିଛି । ପୂର୍ବରୁ ଗୁରୁତର କରେନା ରୋଗୀମାନେ ଚିକିତ୍ସା ପାଇଁ ବାହାରକୁ ପଠାଯାଉଥିଲା । ଏଣିକି ସେମାନଙ୍କୁ ଆଉ କଟକ କିମ୍ବା ଭୁବନେଶ୍ୱର ପଠାଯିବ ନାହିଁ । ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।
ସୂଚନା ଥାଉକି, ଜୟପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ରହିଛି । ସହିଦ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆଉ ଗୋଟିଏ ଉନ୍ନତଧରଣର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ପ୍ରସ୍ତୁତି ଶେଷ ହୋଇଥିଲା । ଗତ ସେପ୍ଟେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ଥିଲା । କିନ୍ତୁ ନିର୍ମାଣ କାର୍ଯ୍ୟ ସରିନଥିବାରୁ ସେତେବେଳେ ଲୋକାର୍ପିତ ହୋଇପାରିନଥିଲା । ଫଳରେ ଗୁରୁତର ଆକ୍ରାନ୍ତଙ୍କୁ ବାହାରକୁ ଯିବାକୁ ପଡୁଥିଲା । ଏଣିକି ଏଠାରେ ରହି ଗୁରୁତର କରୋନା ରୋଗୀ ସବୁପ୍ରକାର ଚିକିତ୍ସା ସୁବିଧା ପାଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ମେଡିକାଲ କଲେଜ ଡିନ୍ ଡାକ୍ତର କେ.ସି. ବିଶ୍ୱାଳ, ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଡା. ସୀତାରାମ ମହାପାତ୍ର, ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ଡା. ହରେକୃଷ୍ଣ ଦଳେଇ, ଏପିଡି ତଥା କୋଭିଡ୍ ହସ୍ପିଟାଲ ନୋଡାଲ୍ ଅଧିକାରୀ ମହେଶ୍ୱର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥପ୍ରସାଦ ରାୟଗୁରୁ, ଜରୁରୀ ବିଭାଗ ସେrନ ଅଫିସର ପ୍ରକାଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons