ଯୌତୁକ ଦାବିରେ ଯୁବତୀଙ୍କୁ ନିର୍ଯାତନା

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଜଣେ ଯୁବତୀଙ୍କୁ ଅପହରଣ କରି ଘରେ ରଖିବା ଓ ପରେ ଯୌତୁକ ଦାବିକରି ନିର୍ଯାତନା ଦେବାଭଳି ଘଟଣା ଏଠାରେ ଦେଖିବାକୁ ମିଳିଛି । ଏହାକୁ ନେଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହେବା ପରେ କଥା ପଦାକୁ ଆସିଛି । ପାପଡାହାଣ୍ଡି ଥାନା ପାଲପୁର ଗାଁରେ ଏହି ଘଟଣା ଘଟିଥିବା ବେଳେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ସମ୍ପୃକ୍ତ ବ୍ୟକ୍ତି ଯୁବତୀଙ୍କୁ ଘରୁ ବାହାର କରି ଦେଇଥିବା ଜଣାପଡିଛି ।
ପୀଡିତାଙ୍କ ଏତଲା ଅନୁସାରେ, କୋରାପୁଟ ଜିଲ୍ଲା ବିସିଂପୁର ଥାନା ସେମଳଗୁଡା ଗାଁର ନୀଳକଣ୍ଠ ପୂଜାରୀ ୩ ମାସ ତଳେ ଯୁବତୀ(୧୮)ଙ୍କ ଗାଁରେ ପହଞ୍ଚି ଏକ ଅଟୋରେ ଅପହରଣ କରି ଆଣିଥିଲା । ଯୁବତୀ ଜଣକ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ନୀଳକଣ୍ଠ ଯୁବତୀଙ୍କୁ କୌଣସି ନିଶ୍ଚେତକ ସୁଙ୍ଘାଇ ଏହି କାଣ୍ଡ କରିଥିଲା । ଯୁବତୀଙ୍କୁ ତାଙ୍କ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । କିନ୍ତୁ ନିରାଶ ହୋଇଥିଲେ । ଗତ ଏକ ମାସ ତଳେ ନୀଳକଣ୍ଠଙ୍କ ଗାଁରେ ପହଞ୍ଚି ଥିଲେ । ଉଭୟ ଯୁବକ ଓ ଯୁବତୀ ଗୋଟିଏ ସମ୍ପ୍ରଦାୟ ଓ ଦୂର ସମ୍ପର୍କୀୟ ହୋଇଥିବାରୁ ଦୁହେଁ ଏକାଠି ରହିବାକୁ ରାଜିନାମା ହୋଇଥିଲା । ଏଥିରେ ଉଭୟ ପରିବାର ସହମତି ପ୍ରକାଶ କରିଥିଲେ । କିଛି ଦିନ ପରେ ଯୁବତୀଙ୍କୁ ନୀଳକଣ୍ଠ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନର୍ଯାତନା ଦେବା ଆରମ୍ଭ କରିଥିଲା । ଏପରିକି ଯୁବତୀଙ୍କୁ ଚାଷ କାମରେ ନିୟୋଜିତ କରାଯାଇଥିଲା । ନିର୍ଯାତନା ସହି ନପାରି ଯୁବତୀ ଜଣକ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଚିକିତ୍ସା କରି ସୁସ୍ଥ କରିବାକୁ କୌଣସି ଔଷଧ ଦିଆଯାଇ ନଥିଲା କି ଡାକ୍ତରଖାନା ନିଆଯାଇ ନଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ଯୁବତୀଜଣକ ବାପଘର ଲୋକଙ୍କୁ ଖବର ଦେଇଥିଲେ । ନୀଳକଣ୍ଠ ପାଖରୁ ନେଇଯିବାକୁ କହିଥିଲେ । ନଚେତ କିଛି ଦିନ ପରେ ମରିଯିବେ ବୋଲି ଜଣାଇଥିଲେ । ପରିବାର ଲୋକ ପହଞ୍ଚି ଏ ସମ୍ପର୍କରେ ଯୁବକର ପରିବାର ସହ ଆଲୋଚନା କରିଥିଲେ । କିନ୍ତୁ ନୀଳକଣ୍ଠ ୫୦ ହଜାର ଟଙ୍କା ଯୌତୁକ ଦାବି କରିଥିଲା । ଟଙ୍କା ଆଣିଲେ ଘରେ ରହିବେ ଦର୍ଶାଇ ନୀଳକଣ୍ଠ ଯୁବତୀଙ୍କୁ ପରିବାର ଲୋକଙ୍କ ସହ ବିଦା କରି ଦେଇଥିଲେ । ଏ ନେଇ ପାପଡାହାଣ୍ଡି ଥାନାରେ ଅଭିଯୋଗ ହୋଇଥିବା ବେଳେ ନୀଳକଣ୍ଠ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶୁଭେନ୍ଦୁ ଶବର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons