ସାମାନ୍ୟ ବଚସାକୁ ନେଇ ତଣ୍ଟିଚିପି କରିଥିଲା ହତ୍ୟା, ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ମୁନିଗୁଡା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କୁଟ୍ରୁପାଲି ଗାଁ ନିକଟ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଗତ ୧୧ ତାରିଖ ଦିନ କୁଟ୍ରୁପାଲି-ଗଜାକୁପୁଲି ରାସ୍ତା କଡରେ ଏକ ମୃତଦେହ ପଡ଼ିଥିବା କିଛି ଲୋକ ଦେଖି ଥାନାକୁ ଖବର ଦେଇଥିଲେ । ପରେ ଜଣାପଡ଼ିଥିଲା ଯେ ସେହି ମୃତଦେହଟି ଗଜାକୁପୁଲି ଗାଁର ବିଜୟ ପାତ୍ରଙ୍କର।
ମୁନିଗୁଡ଼ା ଏସଡିପିଓଙ୍କ ନେତୃତ୍ବରେ ପୋଲିସ, ସାଇଣ୍ଟିଫ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଓ ଅମ୍ବାଦଳା ଥାନା କେଶ ନମ୍ବର ୧୦୯/୨୦ରେ ଏକ ମାମଲା ରୁଜୁ କରି ମୃତଦେହକୁ ଶବ ବ୍ୟବଚ୍ଛେଦ କରି ପରିବାକୁ ହସ୍ତାନ୍ତର କରିଥିଲେ । ପରେ ତଦନ୍ତରୁ ଜଣାପଡିଛି ଯେ ବିଜୟ ପାତ୍ରଙ୍କ ହତ୍ୟାର କାରଣ । ବଚଶାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି।
ଗତ୧୦ ତାରିଖ ସନ୍ଧ୍ୟାରେ ବିଜୟ ଅମ୍ବାଦଳା ବଜାରକୁ ଯାଇ ଫେରିବା ବେଳେ ହତ୍ୟାକାରୀ ବିରକେଶରୀ ବାସାରି ଓ ବିଜୟଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା ଓ ଏହାପରେ ଉଗ୍ର ରୂପ ଧାରଣ କରିଥିଲା ଫଳରେ ବିର ବିଜୟକୁ ତଣ୍ଟିଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି । ଘଟଣାସ୍ଥଳରୁ ଗୋଟିଏ ଛୁରୀ ଓ ଗାମୁଛାକୁ ପୋଲିସ ଜବତ କରିବା ସହ ହତ୍ୟାକାରୀ ବିରକେଶରୀକୁ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons