ବାପାଙ୍କୁ ମନେ ପକାଇ କାନ୍ଦି ପକାଇଲେ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବିଜେପି ପକ୍ଷରୁ ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତ ବୁଧବାର ବିଧାୟକ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଶ୍ରୀ ଦତ୍ତ ଦେବାଳୟରେ ପୂଜାର୍ଚ୍ଚନା କରିବା ପରେ ପୂର୍ବାହ୍ନରେ ଦଳର ସଦର କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ସ୍ୱର୍ଗତ ମଦନମୋହନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସେ ଶୋଭାଯାତ୍ରାରେ ବାହାରିଥିଲେ । କୋଭିଡ୍ ନିୟମ ଅନୁସାରେ ଆୟୋଜିତ ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପ୍ରଚାର ସମିତିର ଅଧ୍ୟକ୍ଷ ରଘୁନାଥ ମହାନ୍ତି, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ସୁକାନ୍ତ ନାୟକ, ରାଜ୍ୟ କୃଷକମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଠାକୁର ରଞ୍ଜିତ ଦାସ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।
ନାମାଙ୍କନପତ୍ର ଦାଖଲ କରିବା ପରେ ଶ୍ରୀ ଦତ୍ତ ଓ ତାଙ୍କ ମାଆ ପ୍ରେମଲତା ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ଉଭୟ ମାଆ,ପୁଅଙ୍କ ଏଭଳି ଭାବବିହ୍ୱଳ ଦୃଶ୍ୟ କିଛି ସମୟ ପାଇଁ ପରିବେଶକୁ ଗୁରୁଗମ୍ଭୀର କରିଥିଲା । ଦଳୀୟ କର୍ମୀ ସେମାନଙ୍କୁ ବୁଝାଇବା ସହ ଶାନ୍ତ୍ୱନା ଦେଇଥିଲେ । ପରେ ଶ୍ରୀ ଦତ୍ତ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ବାପାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ବଦ୍ଧପରିକର ଥିବା ସେ କହିଥିଲେ । ଏହା ସହ ଆଗାମୀ ନିର୍ବାଚନରେ ତାଙ୍କୁ ବିଜୟ କରାଇବା ପାଇଁ ସେ ଭୋଟରଙ୍କୁ ଗୁହାରି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, କ୍ଷେତ୍ରୀୟ ମିଡ଼ିଆ ସଂଯୋଜକ ସତ୍ୟଜିତ୍ ମିଶ୍ର, ରାଜ୍ୟ ନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ମହିଳାମୋର୍ଚ୍ଚା ଜିଲ୍ଲା ସଭାପତି କମଳା ବିନ୍ଧାଣୀ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ବରିÂ ନେତା ରବିନାରାୟଣ ମହାପାତ୍ର, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଗୌରାଙ୍ଗ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons