ବିଦ୍ୟୁତ ସଂସ୍ପର୍ଶରେ ଆସି ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ସମ୍ବଲପୁର: ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତ ଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ସମ୍ବଲପୁର ଯୁଯୁମୁରା ଥାନା ବାନ୍ଦେର ସଂରକ୍ଷିତ ଜଙ୍ଗଲରେ । ଏନେଇ ଯୁଯୁମୁରା ଥାନା ଏକ ହତ୍ୟା ମାମଲା ରୁଜୁ ହୋଇଛି । ମୃତ ଯୁବକ ଜଣଙ୍କ ଝାଡୁମୁଣ୍ଡା ଗାଁର ନୀଳାମ୍ବର ବନଛୋର ।
ସୂଚନାଯୋଗ୍ୟ ଯେ, ନୀଳାମ୍ବର ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅର୍ଦ୍ଧଦଗ୍ଧ ହୋଇଥିଲେ । ତେବେ ଧରାପଡିଯିବା ଭୟରେ ଶିକାରୀମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କୁ ହତ୍ୟା କରି ତାର ବିଛାଯାଇଥିବା ସ୍ଥାନରୁ ଘୋଷାରି ଘୋଷାରି ଅନ୍ୟ ସ୍ଥାନରେ ଫିଙ୍ଗି ଦେଇଥିଲେ । ତେବେ ରକ୍ତର ଚିହ୍ନ ହତ୍ୟା ଆଡକୁ ଇଙ୍ଗିତ କରୁଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons