୩ ଦିନ ହେଲା ଥିଲେ ନିଖୋଜ, କୂଅରୁ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ବାଲିଗୁଡ଼ା: ତିନିଦିନ ପରେ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର । ମୃତକ ବାହାଡାପଦାଲ ଶରଣ ପଞ୍ଜର ବୋଲି ଜଣାପଡିଛି । କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ର ଅଞ୍ଚଳର ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଛି ।
ଖବର ଅନୁଯାୟୀ, ଗତ ୧୪ତାରିଖ ଦିନ ଶରଣପଞ୍ଚଙ୍କର ଜେଜେ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ଜେଜେମାଆଙ୍କ ଶବଦାହ କରିବାକୁ ଯାଉ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜ ପରେ ବି କୌଣସି ସନ୍ଧାନ ମିଳିନଥିଲା । ଶେଷରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ ।
ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ପରିବାର ଲୋକେ କୂଅରେ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହକୁ ଉଦ୍ଧାର କରିଛନ୍ତି । ସେପଟେ କଲୋନୀ ସାହିର ହରି ଶଙ୍କର ପାତ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୋଲିସ ପ୍ରାଥମିକ ତଦନ୍ତରେ ଅନେକ ସୁରାକ ପାଇଛି । ହତ୍ୟାକାଣ୍ଡ ପ୍ରେମ ଜନିତ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons