ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ପଞ୍ଜାବୀଧଉଡ଼ାରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । ମୃତ ଦମ୍ପତି ହେଲେ ଗିରିବର ଦାସ ପେନକା (୪୫) ଓ ସ୍ତ୍ରୀ ଗୀତା ଦାସ ପେନକା (୪୩) । ଏହା ଏକ ଦୁର୍ଘଟଣା ନା ହତ୍ୟାକାଣ୍ଡ ତାହା ପୁଲିସ୍ ତଦନ୍ତ କରୁଛି । ପାରିପାଶ୍ୱିର୍କ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନେ୍ଦହ କରାଯାଉଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି ।
ଆଜି ସକାଳେ ଗୀତା ପିଲାଙ୍କୁ ପ୍ରସ୍ତୁତ କରି ଟୁ୍ୟସନ୍ ପଠାଇଥିଲେ । ୧୪ ବର୍ଷର ଝିଅ ଓ ୧୨ ବର୍ଷର ପୁଅ ଟୁ୍ୟସନ୍ ସାରି ସକାଳ ୯ଟାରେ ଘରକୁ ଫେରିବା ବେଳେ ତାଙ୍କ ଘରେ ନିଅାଁ ଲାଗିଥିବା ଦେଖି ପାଖ ପଡୋଶୀଙ୍କୁ ଡାକ ପକାଇଥିଲେ । ଲୋକେ ନିଆଁ ଲିଭାଇବା ପରେ ଗିରିବର ଓ ତାଙ୍କ ସ୍ତ୍ରୀଙ୍କ ଅର୍ଦ୍ଧଦଗ୍ଧ ଶରୀର ଘର ଭିତରେ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ । ଘଟଣାସ୍ଥଳକୁ ପୁଲିସ ପହଞ୍ଚô ଦମ୍ପତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ଯାଞ୍ଚ କରିଥିଲା । ସାନ ଭାଇ ଓ ଭାଇ ବୋହୂଙ୍କୁ କିଏ ହତ୍ୟା କରିଥିବା ନେଇ ବଡ଼ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦମ୍ପତି ଘର ଭିତରେ ଥିବା ସମୟରେ କେମିତି କୋଇଲା ଚୁଲା (ଶିଗିଡ଼ି ଚୁଲା)ରେ ନିଅାଁ ଲାଗିଲା ତାହା ସନେ୍ଦହ ସୃଷ୍ଟି ହେଉଛି । ଯେତିକି ପରିମାଣରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଶରୀର ପୋଡ଼ିଛି ସେତିକିରେ ଜଣେ ଗୁରୁତର ଆହତ ହୋଇପାରେ କିନ୍ତୁ ଘଟଣାସ୍ଥଳରେ ମୃତୁ୍ୟ ହେବା ସମ୍ଭବ ନୁହଁ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ । ଅନ୍ୟପଟେ ଘଟଣାସ୍ଥଳରେ ଗିରିବରଙ୍କ ମୁଣ୍ଡ ଫାଟି ରକ୍ତ ବୋହିଥିବାରୁ ଏହା ହତ୍ୟା ହୋଇଥାଇପାରେ ବୋଲି ପୁଲିସ୍ ସନେ୍ଦହ କରୁଛି । ପୁଲିସ୍ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ କିଛି ଲୋକଙ୍କୁ ଅଟକ ରଖିଥିବା ମଧ୍ୟ ଜଣାପଡ଼ିଛି ।
Comments are closed, but trackbacks and pingbacks are open.