ସଫେଇ କର୍ମଚାରୀଙ୍କ ଆନେ୍ଦାଳନ, ପରିମଳ ବିପର୍ଯ୍ୟସ୍ତ

Get real time updates directly on you device, subscribe now.

ପୋଲସରା, (ବି.ବି.ନୁ୍ୟଜ): ପୋଲସରା ଏନ୍ଏସିରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଯୋଗୁଁ ଗତ ଏକ ସପ୍ତାହ ହେଲା ସଫେଇ କାର୍ଯ୍ୟ ଠପ୍ ହୋଇଛି । ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ସଫେଇ କର୍ମଚାରୀ ଉତ୍ତମ ନାୟକ ଅଭିଯୋଗ କରିଛନ୍ତି ଯେ ଗତ ୧୦ ବର୍ଷରୁ ଉଦ୍ଧ୍ୱର୍ ହେବ ଅସ୍ଥାୟୀ କର୍ମଚାରୀ ଭାବରେ ସଫେଇ କାର୍ଯ୍ୟ କରି ଆସୁଛନ୍ତି । କରୋନା ପ୍ରକୋପରେ ମଧ୍ୟ ଜୀବନକୁ ବିପନ୍ନ କରି କ୍ୱାରେଣ୍ଟାଇନ୍ ସେଣ୍ଟର ସଫା କରିଛନ୍ତି । ଏହାସତ୍ତେ୍ୱ ଗତ ୧୦ ତାରିଖରେ କୌଣସି କାରଣ ନଦର୍ଶାଇ ସମସ୍ତଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଫଳରେ ସେହିଦିନ ଠାରୁ ଅସ୍ଥାୟୀ ସଫେଇ କର୍ମଚାରୀ କାମ ବନ୍ଦ କରିଛନ୍ତି । ଏହା ବ୍ୟତୀତ କର୍ମଚାରୀ ମାନଙ୍କ ଇପିଏଫ୍ ଅର୍ଥ ନିୟମିତ ଜମା ହେଉ ନଥିବା କର୍ମଚାରୀ ଅଭିଯୋଗ କରିଛନ୍ତି । ଆଜି ସମସ୍ତ ସଫେଇ କର୍ମଚାରୀ ନଗର ଉନ୍ନୟନ ମନ୍ତ୍ରୀ, ପୌର ନିଦେ୍ର୍ଧଶକ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ଦାବିପତ୍ର ପଠାଇ ପ୍ରତିକାର ଦାବି କରିଛନ୍ତି । ଅପରପକ୍ଷରେ ୪୮ ଜଣ ସଫେଇ କର୍ମଚାରୀଙ୍କ ସ୍ଥାନରେ ମାତ୍ର ୮ ଜଣ ସ୍ଥାୟୀ କର୍ମଚାରୀ ସହରର ୧୯ଟି ୱାର୍ଡ ଅନ୍ତର୍ଗତ ୫୦ରୁ ଉଦ୍ଧ୍ୱର୍ ସାହି ସଫେଇ କରିବା ସମ୍ଭବ ହୋଇନି । ଫଳରେ ଅଧିକାଂଶ ଅଞ୍ଚଳରେ ପରିମଳ ବିପର୍ଯ୍ୟସ୍ତ ହୋଇଛି । ରାସ୍ତା ଘାଟରେ କୁଢ କୁଢ ମଇଳା ଜମା ରହିଛି । ଗତ ଏକ ସପ୍ତାହ ହେଲା ବର୍ଷା ଲାଗି ରହି ରାସ୍ତାରେ ଅଳିଆ ଆବର୍ଜନା ପଚି ଦୁର୍ଗନ୍ଧ ହେଲାଣି । ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା ପ୍ରକାଶ ପାଉଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons