କେନ୍ଦୁଝର,(ବି.ବି.ନୁ୍ୟଜ୍): ଚୋରି କରିବା ବେଳେ ଧରାପଡ଼ିଗଲା । ଗୃହକର୍ତ୍ତାଙ୍କଠାରୁ ନିସ୍ତୁକ ମାଡ଼ ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲା ଚୋର । ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବରପାଇ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇଛି । ଚିହ୍ନଟ ପାଇଁ ଶବ ରଖି ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିଆର୍ଡିଏ କଲୋନୀରେ ଜଣେ ଅଧିକାରୀଙ୍କ ଘରକୁ ଏକ ଚୋର ଗୁରୁବାର ରାତିରେ ପଶିଥିଲା । ଖଡ଼ଖଡ଼୍ ଶଦ୍ଧ ଶୁଣି ଗୃହକର୍ତ୍ତା ଉଠି ପଡ଼ିଥିଲେ । ପରେ ପରିବାର ଲୋକେ ଚୋରକୁ କାବୁ କରି ବାନ୍ଧି ଦେଇଥିଲେ । ପ୍ରବଳ ମାଡ଼ ହେବା ପରେ ଚୋର ଜଣଙ୍କ ଅସୁସ୍ଥ ହୋଇପଡ଼ିଥିଲା । ତାକୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗୃହକର୍ତ୍ତାଙ୍କ ମାଡ଼ରେ ଚୋରର ମୃତୁ୍ୟ ଘଟିଥିବା ସହରରେ ଚର୍ଚ୍ଚା ହେଉଛି ।
ଏ ସମ୍ପର୍କରେ ଥାନାଧିକାରୀ ଅମିତ କୁମାର ଭୂୟାଁଙ୍କୁ ପଚାରିବାରୁ ଉକ୍ତ ଅଚିହ୍ନା ଚୋର ଜଣଙ୍କ ଚୋରି କରିବା ପାଇଁ ଅଧିକାରୀଙ୍କ ଘରକୁ ପଶିଥିଲା । ତାକୁ ସେମାନେ ମାଡ଼ ମାରିବାରୁ ସେ ଦୌଡ଼ି ପଳାଇବା ସମୟରେ ଏକ ପଥରରେ ପିଟି ହୋଇଯାଇଥିଲା ବୋଲି ଗୃହକର୍ତ୍ତା ବୟାନ ଦେଇଛନ୍ତି । ତେବେ ମାଡ଼ରେ ଚୋରର ମୃତୁ୍ୟ ଘଟିଛି ନା ଦୁର୍ଘଟଣାରେ ମୃତୁ୍ୟବରଣ କରିଛି ତାହା ତଦନ୍ତ କରାଯାଉଛି । ଅନ୍ୟପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ଏବଂ ମୃତଦେହକୁ ଚିହ୍ନଟ୍ ପାଇଁ ସଂରକ୍ଷିତ କରି ରଖାଯାଇଛି ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.