ଧରାପଡିଲେ ଲୁଟେରା ଗ୍ୟାଙ୍ଗ: ୧୧ ଜଣ ଗିରଫ

Get real time updates directly on you device, subscribe now.

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ ଜଣ ଲୁଟେରାଙ୍କୁ ଗିରଫ କରିଛି । ଯାଜପୁର ଏସପି ଚରଣ ସିଂ ମୀନା ପ୍ରେସମିଟରେ ସୂଚନା ଦେଇଛନ୍ତି ।
ଗତ ଅକ୍ଟୋବର ୬ ତାରିଖ ସଂଧ୍ୟା ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ବନ୍ଧଡିହ ଅଂଚଳର ସୁନା ବ୍ୟବସାୟୀ ମହେଶ୍ବର ସାହୁଙ୍କୁ ଆକ୍ରମଣ କରି ସୁନା ଲୁଟି ନେଇଥିଲେ । ଏନେଇ ଧର୍ମଶାଳା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ୧୧ ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୮୯ ହଜାର ଶହେ ଟଙ୍କା, ୧ଟି ଦେଶୀ ବନ୍ଧୁକ, ୨ଟା ଗୁଳି, ୧୨ କେଜି ୨ ଶହ ରୂପା ଅଳଙ୍କାର, ୪ଟି ବାଇକ୍ ଜବତ କରି ଏମାନଙ୍କୁ କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons