ସୋନପୁର : ସୋନପୁର ଜିଲ୍ଲାରେ ବଜ୍ରକାପ୍ତା ବିକ୍ରି ବେଳେ ୨ ଜଣଙ୍କୁ ଗିରଫ କଲା ଏସ୍ ଟିଏଫ୍। ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଏବଂ ବଜ୍ରକାପ୍ତା କାତି ଜବତ। ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ବ୍ରିଜ୍ ନିକଟସ୍ଥ ରାଜାକୋଠି ନିକଟରେ ଚଢ଼ାଉ କରି ଜବତ କରିଛି ଏସଟିଏଫ୍। ଗିରଫ ୨ ଜଣ ହେଲେ ଉଲୁଣ୍ଡାରେ ସୋମନାଥ ବାଗ ଓ ମାର୍ସାଲାନ ଭେଙ୍ଗେରା।
ସେମାନଙ୍କ ଠାରୁ ୫ କିଲୋ ୬୫ ଗ୍ରାମ ବଜ୍ରକାପ୍ତା କାତି ଏବଂ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହିତ ବଜ୍ରକାପ୍ତା ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜବତ ବଜ୍ରକାପ୍ତା ଏବଂ କାତିକୁ ପରୀକ୍ଷା ପାଇଁ ଡେରାଡୁନ୍ ସ୍ଥିତ ୱାଇଲଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଇଯାଇଛି।


Comments are closed, but trackbacks and pingbacks are open.