ଗଞ୍ଜାମ : ଜଗନ୍ନାଥ ମନ୍ଦିରରୁ ଅଷ୍ଟ ଧାତୁ ମୂର୍ତ୍ତି ଚୋରି ଘଟଣାରେ ଜଣେ ଗିରଫ। ଗଞ୍ଜାମ ଜରଡା ଥାନା ଅନ୍ତର୍ଗତ ସୁରଙ୍ଗୀ ଜଗନ୍ନାଥ ମନ୍ଦିରରୁ ଅଷ୍ଟ ଧାତୁ ଲଳିତା ମୂର୍ତ୍ତି ଚୋରି କରି ବିକ୍ରି କରିବା ବେଳେ ଧରିଛି ଜରଡ଼ା ଥାନା ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ କ୍ ନୂଆଗାଁ ଲାଲମେଣ୍ଟା ଅଂଚଳର ଭଗବାନ ପ୍ରଧାନ ।
ଖବର ଅନୁଯାୟୀ, ଗତକାଲି ସେ ମନ୍ଦିର ଭିତରେ ଶୋଇଥିଲେ। ରାତିରେ ପୂଜାରୀ ମନ୍ଦିର ବନ୍ଦ କରି ଘରକୁ ଯିବା ବେଳେ ଯୁବକ ଜଣକ ମନ୍ଦିରରୁ ମୂର୍ତ୍ତି ଚୋରି କରିନେଇଥିଲେ। ପରେ ନୂଆପେଣ୍ଠ ଇଲାକାରେ ବିକ୍ରି କରିବା ପାଇଁ ବୁଲୁଥିବା ସମୟରେ ସୁରାକ ପାଇଥିଲା ଜରଡା ପୋଲିସ। ପୋଲିସ ଟିମ୍ ସେଠାକୁ ଯାଇ ଭଗବାନଙ୍କୁ ଗିରଫ କରିବା ସହ ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି । ମୂର୍ତ୍ତିର ଉଚ୍ଚତା ୧ ଫୁଟ ହୋଇଥିବା ବେଳେ ଏହା ବହୁ ପୁରୁଣା ମୂର୍ତ୍ତି ବୋଲି ଜଣାପଡିଛି ।


Comments are closed, but trackbacks and pingbacks are open.