ପ୍ରେମ ବିବାହ ହେଲା କାଳ: ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

Get real time updates directly on you device, subscribe now.

ଭୁବନେଶ୍ୱର: ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ତାଙ୍କ ପରିବାର ଲୋକେ ସ୍ୱୀକୃତି ଦେଲେନାହିଁ । ଫଳରେ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରି ଦେଇଛନ୍ତି। ଏମିତି ଘଟଣା ଘଟିଛି ଖଣ୍ଡଗିରିବାରି ଅଞ୍ଚଳରେ। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଭଦ୍ରକ ଅଞ୍ଚଳର ଗଣେଶ ସାହୁ (୩୨) । ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଗଣେଶଙ୍କ ଘର ଭଦ୍ରକ ଧାମନଗରରେ। ସେ ଖଣ୍ଡଗିରି ବାରିରେ ରହୁଥିଲେ । କିଛି ମାସ ତଳେ ସେ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ପରିବାର ଲୋକ ବିରୋଧ କରିବାରୁ ସେ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons