ଉଭୟଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନୁ୍ୟଜ୍): ବଲାଙ୍ଗିର ଜିଲ୍ଲା ତୁଷୁରା ତେଲନଦୀ ବ୍ରିଜରେ ନିଖୋଜ ହୋଇଥିବା ତୁଷୁରାର ଦୁଇ ଭଉଣୀଙ୍କ ମୃତଦେହ ଆଜି ଘଟଣାର ୭୨ଘଣ୍ଟା ପରେ ଉଦ୍ଧାର ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଘଟଣା ଏବେବି ରହସ୍ୟାରେ ରହିଛି । ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପ୍ରକାଶ ଥାଉକି ଗତ ୧୫ତାରିଖ ତୁଷୁରା ତେଲନଦୀ ବ୍ରିଜରୁ ନଦୀକୁ ଡେ଼ଇଁ ନିଖୋଜ ଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ସାନଭଉଣୀ ଆଂଚଲ(୨୧)ର ମୃତଦେହ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବାହ୍ମଣୀ ପଞ୍ଚାୟତ ବଡ଼ତେଣ୍ଡା ତେଲନଦୀ ଘାଟରୁ ଭାସମାନ ଅବସ୍ଥାରେ ଠାବ କରାଯାଇଥିଲା । ଅନ୍ୟପଟେ ବଡ଼ ଭଉଣୀ ଅନମୋଲର ମୃତଦେହ ସାନ ଭଉଣୀର ଶବ ଠାରୁ ୪୦ କିମି ଦୂର ବୌଦ୍ଧ ଜିଲ୍ଲା ବାଉଁଶୁଣୀ ନିକଟ ଜହ୍ନାପଙ୍କ ମହାନଦୀ ମଝିରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଦୁଇଜଣଙ୍କ ଶବ ମିଳିଥିବା ସ୍ଥାନରେ ବ୍ୟବଚ୍ଛେଦ କରାଯିବା ପରେ ଗୁଡ଼ଭେଲାସ୍ଥିତ ଗାଁକୁ ଶବ ଅଣାଯାଇ ଶବଦାହ କରାଯିବାର ସୂଚନା ମିଳିଛି । ଏହା ଦୁର୍ଘଟଣା ନା ଆତ୍ମହତ୍ୟା ସେନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପୁଲିସ ତଦନ୍ତ ଚାଲୁ ରହିଛି । ଏହି ଘଟଣା ପରଠୁ ତୁଷୁରା ଏବଂ ଗୁଡ଼ଭେଲା ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦୁଇ ଭଉଣୀ ଗୁଡ଼ଭେଳା ଅଂଚଳର ମେଧାବୀ ଛାତ୍ରୀ ଥିବାବେଳେ ବେଶ ହସଖୁସିରେ ପରିବାରରେ ରହୁଥିଲେ । ହେଲେ ଏମିତି କଣ ହେଲାଯେ ଅକାଳରେ ଦୁଇ ଭଉଣୀଙ୍କ ଜୀବନ ଚାଲିଗଲା ବୋଲି ଆଲୋଚନା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons