ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ପରିବା ମାର୍କେଟରେ ମୋବାଇଲ ଚୋରି କରୁଥିବା ଜଣେ ଯୁବକକୁ ସ୍ଥାନୀୟ ଲୋକ କାବୁ କରିଛନ୍ତି । ଏହାସହ ସଂପୃକ୍ତ ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଦେଇଥିଲେ ସ୍ଥାନୀୟ ଲୋକେ । ଏନେଇ ଖବର ପାଇବା ପରେ ଭୁବନ ପୋଲିସ ପହଂଚି ତାକୁ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡିଛି ।
ଚତୁରତାର ସହ ମୋବାଇଲ ଲୁଟ୍ କରି ଖସି ଯାଉଥିଲେ । ପୁଲିସ ବି ଟେର ପାଉନଥିଲା । ଏପରିସ୍ଥଳେ ଢେଙ୍କାନାଳ ଜିଲ୍ଲା ଭୁବନ ଦୈନିକ ମାର୍କେଟରେ ବ୍ୟବସାୟୀମାନଙ୍କ ଚିନ୍ତା ବଢିଯାଇଥିଲା । ଏପରିସ୍ଥଳେ କିଛି ବ୍ୟବସାୟୀ ଖୁବ ସତର୍ଜ ରହି ବୋବାଇଲ ଚୋର ଧରିବା ପାଇଁ କରିଥିବା ଯୋଜନାରେ ସଫଳ ହୋଇଛନ୍ତି । ଏପରିକି ଏହି ମୋବାଇଲ ଲୁଟେରା ଲୁଟ୍ କରିବା ବେଳେ ତାକୁ କାବୁ କରିନେଇଥିଲେ। ତାକୁ ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।
ଭୁବନ ପୋଲିସ ପହଂଚି ଏହି ମୋବାଇଲ ଲୁଟେରାଙ୍କୁ ଉଦ୍ଧାର କରି ଗିରଫ କରିଛି । ତେବେ ଗିରଫ ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ଡୁବୁରୀ ଥାନା ଅନ୍ତର୍ଗତ ସାରଙ୍ଗପୁର ଗ୍ରାମର ତୋଫାନି ପ୍ରଧାନ ବୋଲି ଜଣାପଡିଛି । ସେ ଚଂଚକତାର ସହ ନାମୀ ଦାମୀ ମୋବାଇଲ ଲୁଟ୍ କରି ବାହାରେ ବିକ୍ରି କରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ତେବେ ତା ସହ ଅନ୍ୟ କିଏ ଏହି ରାକେଟରେ ଅଛି ପୁଲିସ ସେ ସମ୍ପର୍କରେ ତଦନ୍ତ ଚଳାଇଛି।


Comments are closed, but trackbacks and pingbacks are open.