ଆଠଗଡ : ଆଠଗଡ଼ ଅଞ୍ଚଳରେ ପୁଣି ମାତିଲେ ଲୁଟେରା । ସୋମବାର ରାତିରେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବାଳିଶାସନ ଗାଁର ସୁରେଶ ଚନ୍ଦ୍ର ଆଚାର୍ୟ୍ୟଙ୍କ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା । ପରିବାର ଲୋକ ଶୋଇଥିବା ଅବସ୍ଥାରେ ନିଶାଯୁକ୍ତ ଗ୍ୟାସ୍ ସ୍ପ୍ରେ କରି ଲୁଟ୍ ହୋଇଥିବା ସନ୍ଦେହ ।
ଘଟଣା ସ୍ଥଳରେ ଗୁରୁଡୁଝାଟିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ହେବ ଆଠଗଡ ଅଞ୍ଚଳରେ ବାରମ୍ବାର ଚୋରୀ ହେଉଥିବା ଅଭିଯୋଗ ହେଉଛି ।


Comments are closed, but trackbacks and pingbacks are open.