ବସ୍ତା,(ବି.ବି.ନୁ୍ୟଜ୍): ବସ୍ତା ଥାନା ଅଧୀନସ୍ଥ ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗ୍ରାମର ୧୨ ନମ୍ବର ୱାର୍ଡରେ ସୋମବାର ବିଜେଡି ପକ୍ଷରୁ ମିଶ୍ରଣପର୍ବ ଓ କର୍ମୀବୈଠକ ଅନୁÂିତ ହୋଇଯାଇଛି । ଏଥିରେ ଶ୍ରୀରାମପୁର ପଞ୍ଚାୟତ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ଦାସ ଅଧ୍ୟକ୍ଷତା କରିଥିଲେ । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଜେଡି ରାଜ୍ୟ ସାଧାରଣ ସଂପାଦକ ଶ୍ୟାମାପ୍ରସାଦ ବେହେରା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଜନାଭିମୁଖୀ ଯୋଜନା ଉପରେ ଆଲୋଚନା କରିଥିଲେ । ପାନୀୟ ଜଳଠାରୁ ଆରମ୍ଭ କରି ସବୁ ବିଭିନ୍ନ ମୌଳିକ ସମସ୍ୟା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେମାନେ କହିଥିଲେ । ଏହି ଉପନିର୍ବାଚନରେ ସୂରୁପ ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇ ଶ୍ରୀବେହେରା ଜନସାଧାରଣଙ୍କୁ ଅନୁରାଧ କରିଥିଲେ । ଏହି କର୍ମୀ ବୈଠକରେ ରାଜ୍ୟ ପର୍ଯ୍ୟବେକ୍ଷକ ରଣଜିତ ମହାପାତ୍ର ଜୋନାଲ ପର୍ଯ୍ୟବେକ୍ଷକ ଯାଦବେଶ ମିଶ୍ର, ବରିÂ ଆଇନଜୀବୀ ବିନୋଦ ବିହାରୀ ପାଣି, ମିଡିଆସେଲ ସଂଯୋଜକ ବିରାଜ ସିଂଦେଓ, ବସ୍ତା ବିଜେଡି ନେତା ସୁଶାନ୍ତ ପ୍ରଧାନ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ଦଳ ତ୍ୟାଗ କରିଥିବା ୨୦ରୁ ଊଦ୍ଧ୍ୱର୍ କର୍ମୀଙ୍କୁ ବିଜେଡି ଦଳରେ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.