ପୁଡୁଚେରୀରେ କ୍ଷମତା ବିବାଦ: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମ୍କୋର୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୁଡୁଚେରୀ କ୍ଷମତା ବିବାଦକୁ ନେଇ ସୁପ୍ରିମ୍କୋର୍ଟ କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ ବୋଲି ଶୁକ୍ରବାର କହିଛନ୍ତି । ଫଳରେ ଉପରାଜ୍ୟପାଳ କିରଣ ବେଦୀଙ୍କୁ ଆଜି ଜୋରଦାର ଝଟ୍କା ଲାଗିଛି । ଅନ୍ୟପକ୍ଷରେ ସୁପ୍ରିମ୍କୋର୍ଟଙ୍କ ଏଭଳି ରାୟକୁ ଐତିହାସିକ ବୋଲି କହିବା ସହ ଏହାଦ୍ୱାରା ଗଣତନ୍ତ୍ରର ବିଜୟ ହୋଇଛି ବୋଲି କହିଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ।
ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉପରାଜ୍ୟପାଳ ବେଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଏ ବାବଦରେ ସୁପ୍ରିମ୍କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ପୁଡୁଚେରୀରେ କାହାର କ୍ଷମତା ଅଧିକ ତାହାକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି । ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ଏବଂ ଉପରାଜ୍ୟପାଳ ବେଦୀଙ୍କ ମ୍ମରେ ଏହି ବିବାଦ ପ୍ରଥମେ ମାଡ୍ରାସ ହାଇକୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟ ବେଦୀଙ୍କ କ୍ଷମତା ଅପସାରଣ ନେଇ ରାୟ ଦେଇଥିଲେ । ବେଦୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଚଳିତବର୍ଷ ମେ ମାସରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ମଧ୍ୟ ଏକ ପୃଥକ୍ ଲିଭ୍ ପିଟିସନ ଦାଏର କରିଥିଲା । କିନ୍ତୁ ସୁପ୍ରିମ୍କୋର୍ଟ ଉଭୟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
ସୁପ୍ରିମ୍କୋର୍ଟଙ୍କ ଏଭଳି ରାୟ ପରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କୁ ଆଶ୍ୱସ୍ତି ମିଳିଛି । ଏହାଦ୍ୱାରା ଗଣତନ୍ତ୍ରର ବିଜୟ ହୋଇଛି ବୋଲି ସେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ପୁଡୁଚେରୀ ଉପରାଜ୍ୟପାଳ ଭାବେ ବେଦୀଙ୍କୁ ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ପୁଡୁଚେରୀରେ ଉପରାଜ୍ୟପାଳଙ୍କର ପ୍ରଶାସନିକ କ୍ଷମତା ରହିଛି ବୋଲି ୨୦୧୭ରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଥିଲା । ଏହାକୁ ମାଡ୍ରାସ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons