ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲାର ପୂର୍ବତନ ବିଧାୟକ ତଥା ବରିÂ କଂଗ୍ରେସ ନେତା ଗୁରୁପଦ ନନ୍ଦଙ୍କ ଆଜି ସକାଳେ ପରଲୋକ ଘଟିଛି । ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ପୂର୍ବତନ ବିଧାୟକଙ୍କ ପରଲୋକରେ ରାଉରକେଲାର ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଂଗଠନ ଓ ସାମାଜିକ ଅନୁÂାନ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।
କଟକରେ ୧୯୪୬ ମସିହାରେ ସ୍ୱର୍ଗତ ନନ୍ଦ ଜନ୍ମ ଗ୍ରହଣ କରିଥିଲେ । ସେ କଂଗ୍ରେସ ଦଳରେ ସାମିଲ ହୋଇ ୧୯୮୦ ମସିହାରେ ରାଉରକେଲା ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ପାଇ ନିର୍ବାଚନରେ ବିଜୟୀ ହୋଇଥିଲେ । ଏପରିକି ସେ ସମୟରେ କଂଗ୍ରେସ ନେତୃତ୍ୱାଧୀନ ସରକାରରେ ସରକାରୀ ମୁଖ୍ୟ ସଚେତକ ଥିଲେ । ସେ ବିଧାୟକ ଥିବା ସମୟରେ ରାଉରକେଲାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଲାଗି ଅନେକ ଶିକ୍ଷାନୁÂାନ ପ୍ରତିÂା ଲାଭ କରିଥିଲା । ତନ୍ମଧ୍ୟରୁ ରାଉରକେଲା ମହିଳା ମହାବିଦ୍ୟାଳୟ (ମର୍ଣ୍ଣିଂ ସିଫ୍ଟ), ବିଇଡି କଲେଜ, ରାଉରକେଲା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି, ବେଦବ୍ୟାସ କଲେଜ ପ୍ରତିÂା ଲାଭ କରିଥିଲା । ସେହିପରି ସେକ୍ଟର-୩ ଥାନା, ସେକ୍ଟର-୨ ଏନ୍ଏସି ମାର୍କେଟ୍ ମଧ୍ୟ ହୋଇଥିଲା । ତାଙ୍କ ଅମଳରେ ରାଉରକେଲା ସାଂଧ୍ୟ ମହାବିଦ୍ୟାଳୟ, ଏସ୍.କେ. ଡିଏଭି ମହିଳା ମହାବିଦ୍ୟାଳୟ ଓ ରାଉରକେଲା ମହିଳା ମହାବିଦ୍ୟାଳୟ ସରକାରୀ ସ୍ୱୀକୃତି ପାଇଥିଲା । ସେ ପିସିସିର ଉପସଭାପତି ମଧ୍ୟ ଥିଲେ । ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି । ପୂର୍ବତନ ବିଧାୟକଙ୍କ ପରଲୋକରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ପ୍ରମୁଖ ଗଭୀର ଶୋକ ପ୍ରକଟ କରିଛନ୍ତି ।
Comments are closed, but trackbacks and pingbacks are open.