ଢିଲା ହେଲେ ବିପଦ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଲକ୍ଡାଉନ ଚାଲି ଯାଇଥାଇପାରେ । କିନ୍ତୁ କରୋନା ଭାଇରସ୍ ଯାଇନାହିଁ । କରୋନା ଭାଇରସ୍ ରହିଛି । ତା ବିରୋଧରେ ଲଢେ଼ଇ ମଧ୍ୟ ଜାରି ରହିଛି । ଏଭଳି ସ୍ଥିତିରେ ସାମାନ୍ୟ ଢିଲାପଣ ବିପଦକୁ ଡାକି ଆଣିବ । ତେଣୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଚଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କରୋନା ପରିସ୍ଥିତି ନେଇ ଗତ ସାତ ମାସରେ ସପ୍ତମ ଥର ପାଇଁ ଦେଶବାସୀଙ୍କୁ ଆଜି ସମ୍ବୋଧନ କରିଛନ୍ତି । ପ୍ରାୟ ୧୨ ମିନିଟ୍ ଧରି ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କହିଛନ୍ତି କରୋନା ବିରୋଧୀ ଲଢେ଼ଇରେ ଜନତା କର୍ଫୁ୍ୟଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ର୍ରତ୍ୟେକ ଭାରତବାସୀ ଲମ୍ବା ଯାତ୍ରା କରିଛନ୍ତି । ସମୟ ସହିତ ଆର୍ଥିକ ଗତିବିଧି ମଧ୍ୟ ଧିରେ ଧିରେ ବଢ଼ିବାରେ ଲାଗିଛି । ଆମ ଭିତରୁ ଅଧିକାଂଶ ଲୋକ ନିଜର ଦାୟିତ୍ୱ ନିର୍ବାହ କରିବା ତଥା ପୁଣି ଜୀବନକୁ ଗତି ଦେବା ଲାଗି ପ୍ରତିଦିନ ଘରୁ ବାହାରକୁ ଯାଉଛନ୍ତି । ପାର୍ବଣର ଏହି ସମୟରେ ବଜାର ଓ ମାହୋଲ ଉତ୍ସବ ମୁଖର ହେବାରେ ଲାଗିଛି ।
ଆମେ ଏକଥା ଭୁଲିବା ଉଚିତ ନୁହେଁ ଯେ ଲକ୍ଡାଉନ ଚାଲିଯାଇଥାଇପାରେ । କିନ୍ତୁ କରୋନା ଭାଇରସ୍ ଯାଇନାହିଁ । ଏହା ପୂର୍ବଭଳି ରହିଛି । ପ୍ରତ୍ୟେକ ଭାରତୀୟଙ୍କ ପ୍ରୟାସ ଯୋଗୁ ଗତ ୭-୮ ମାସରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ଆମେ ତାକୁ ବିଗିଡିବାକୁ ଦେବା ନାହିଁ । ସେଥିରେ ଆମକୁ ଆହୁରି ସୁଧାର ଆଣିବାକୁ ହେବ ।
ଦେଶରେ ଆଜି ମୃତୁ୍ୟହାର କମ୍ ଓ ସୁସ୍ଥହାର ଅଧିକ ରହିଛି । ଆମେରିକା ଓ ବ୍ରାଜିଲ ଭଳି ଦେଶରେ ପ୍ରତି ୧୦ ଲକ୍ଷ ଲୋକଙ୍କ ଭିତରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨୫ ହଜାର । ଭାରତରେ ଏହି ସଂଖ୍ୟା ରହିଛି ୫,୫୦୦ । ସେହିଭଳି ଭାରତରେ ପ୍ରତି ୧୦ ଲକ୍ଷ ଲୋକରେ ମୃତୁ୍ୟହାର ୮୩ ରହିଛି । କିନ୍ତୁ ଆମେରିକା, ବ୍ରାଜିଲ ଓ ବି୍ରଟେନ ଭଳି ଦେଶରେ ଏହି ସଂଖ୍ୟା ୬୦୦ ଅତିକ୍ରମ କରିଛି । ସାଧନ ସମ୍ପନ୍ନ ଦେଶ ତୁଳନାରେ ଭାରତ ନିଜର ନାଗରିକଙ୍କ ଜୀବନ ବଞ୍ଚାଇବାରେ ଅଧିକ ସଫଳ ହୋଇଛି ।
ଦେଶରେ କରୋନା ରୋଗୀଙ୍କ ପାଇଁ ୧୦ ଲକ୍ଷରୁ ଅଧିକ ବେଡ୍ ଉପଲବ୍ଧ ରହିଛି । ୧୨ ହଜାର କ୍ୱାରେଣ୍ଟାଇନ ସେଣ୍ଟର ରହିଛି । କରୋନା ନମୁନା ଟେଷ୍ଟିଂ ପାଇଁ ୨ ହଜାର ଲ୍ୟାବ କାର୍ଯ୍ୟ କରୁଛି । ଦେଶରେ ଖୁବଶୀଘ୍ର ଟେଷ୍ଟିଂ ସଂଖ୍ୟା ୧୦ କୋଟି ଟପିବ । କୋଭିଡ-୧୯ ମହାମାରୀ ବିରୋଧରେ ଆମର ଲଢେ଼ଇରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି ଆମର ସବୁଠାରୁ ବଡ ଶକ୍ତି ହୋଇଛି ।
ସେବା ପରମ ଧର୍ମ ମନ୍ତ୍ରକୁ ଗ୍ରହଣ କରିଥିବା ଆମର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀମାନେ ବିଶାଳ ଜନସଂଖ୍ୟା ବିଶିଷ୍ଟ ଆମର ଏହି ଦେଶବାସୀଙ୍କ ପାଇଁ ନିସ୍ୱାର୍ଥ ସେବା କରିଛନ୍ତି । ଏସବୁ ପ୍ରୟାସ ସତ୍ତେ୍ୱ ବର୍ତ୍ତମାନର ସମୟ ଅବହେଳା କିମ୍ବା ଅଣଦେଖା କରିବାର ସମୟ ନୁହେଁ । କରୋନା ଚାଲିଗଲା ଏବଂ ଆଉ କୌଣସି ବିପଦ ନାହିଁ, ସେକଥା ଭାବିବାର ସମୟ ଏହା ନୁହେଁ ।
ନିକଟରେ ଆମ ସମସ୍ତଙ୍କୁ ଅନେକ ଚିତ୍ର ଓ ଭିଡିଓ ଦେଖିବାକୁ ମିଳିଛି । ସେଥିରେ ଦେଖାଯାଇଛି ଯେ କିଛି ଲୋକ ସତର୍କତା ଅବଲମ୍ବନ କରିବା ବନ୍ଦ କରିଦେଇଛନ୍ତି । କିମ୍ବା ବହୁତ ଢ଼ିଲା ହୋଇଯାଇଛନ୍ତି । ଏହା ଆଦୌ ଠିକ୍ ନୁହେଁ । ଆପଣ ଅଣଦେଖା କରୁଛନ୍ତି ଓ ବିନା ମାସ୍କରେ ବାହାରକୁ ଯାଉଛନ୍ତି । ଏହାଦ୍ୱାରା ଆପଣ ନିଜେ, ନିଜର ପରିବାର, ନିଜର ପିଲା ଓ ପରିବାରର ବୟସ୍କ ବ୍ୟକ୍ତିଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ।
ଆମେରିକା ହେଉ କି ୟୁରୋପ କିମ୍ବା ଅନ୍ୟ କୌଣସି ଦେଶରେ କରୋନା ସଂକ୍ରମଣ କମିଯାଇଥିଲା । କିନ୍ତୁ ହଠାତ ସେଠାରେ ସଂକ୍ରମଣ ବଢ଼ିଚାଲିଛି । ସନ୍ଥ କବୀର ଦାସଙ୍କ କହିବାନୁଯାୟୀ କ୍ଷେତରେ ପାଚିଲା ଫସଲ ଦେଖି ଆମ ମନରେ ଆତ୍ମବିଶ୍ୱାସ ଭରିଯାଏ । କିନ୍ତୁ ଫସଲ ଘରେ ନ ପହଞ୍ଚôବା ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ବୋଲି ଭାବିବା ଉଚିତ ନୁହେଁ । ଯେପର୍ଯ୍ୟନ୍ତ ସଫଳତା ନ ମିଳିଛି, ସେପର୍ଯ୍ୟନ୍ତ ଅବହେଳା କରାଯିବା ଉଚିତ ନୁହେଁ । ଟିକା ଆସିବା ପର୍ଯ୍ୟନ୍ତ ଆମକୁ ସତର୍କ ହୋଇ ରହିବାକୁ ପଡିବ ।
ଆମେ ଦେଖିବାକୁ ପାଉଛୁ ଯେ ମଣିଷକୁ ବଞ୍ଚାଇବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପୂରା ବିଶ୍ୱରେ କାମ ଚାଲିଛି । ଅନେକ ଦେଶ କାର୍ଯ୍ୟରେ ଲାଗିଛନ୍ତି । ଆମର ବୈଜ୍ଞାନିକ, ଗବେଷକମାନେ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଭାରତରେ ଟିକା ପାଇଁ କାମ ଚାଲିଛି । କରୋନା ଟିକା ଆସିଲେ ତାହା ଯେଭଳି ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚô ପାରିବ ସେଥିପାଇଁ ସରକାର ପୂରା ପ୍ରସ୍ତୁତିରେ ଲାଗିଛନ୍ତି ।
ରାମଚରିତ ମାନସରେ ଶିକ୍ଷାପ୍ରଦ କଥା ରହିଛି ଏବଂ ଚେତାବନୀ ମଧ୍ୟ ଅଛି । ସେଥିରେ କୁହାଯାଇଛି ରିପୁ ରୁଜ ପାବକ ପାପ ପ୍ରଭୁ ଅହି ଗନିଅ ନ ଛୋଟ କରି । ଅର୍ଥାତ ଅଗ୍ନି, ଶତ୍ରୁ, ପାପ ଓ ରୋଗକୁ ଆଦୌ ଛୋଟ ମନେକରିବା ଉଚିତ ନୁହେଁ । ଯେପର୍ଯ୍ୟନ୍ତ ତାର ସମ୍ପୂର୍ଣ୍ଣ ଚିକିତ୍ସା ନ ହୋଇଛି ତାକୁ ହାଲ୍କାରେ ନେବା ଉଚିତ ନୁହେଁ । ସେଥିପାଇଁ ମନେରଖନ୍ତୁ ଯେପର୍ଯ୍ୟନ୍ତ ଟିକା ନାହିଁ, ସେପର୍ଯ୍ୟନ୍ତ ଢ଼ିଲା ନାହିଁ ।
ପାର୍ବଣ ସମୟ ଆମ ଜୀବନରେ ଖୁସି ଓ ଉଲ୍ଲାସ ଆଣେ । ଏକ କଠିନ ସମୟରୁ ବାହାରି ଆମେ ଆଗକୁ ବଢ଼ୁଛେ । ଜୀବନର ଦାୟିତ୍ୱ ପାଳନ କରିବା ସହିତ ସତର୍କତା ଅବଲମ୍ବନ କରିବାକୁ ପଡିବ । ତେବେଯାଇ ଜୀବନରେ ଖୁସି ଆସିବ । ଦୁଇଗଜ ଦୂରତା ବଜାୟ ରଖିବା, ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବାକୁ ଧ୍ୟାନରେ ରଖିବାକୁ ହେବ ।
ଆପଣ ଓ ଆପଣଙ୍କ ପରିବାରର ସମସ୍ତଙ୍କ ଖୁସି ଦେଖିବାକୁ ଚାହେଁ । ଉତ୍ସାହ ଓ ଉଦ୍ଧୀପନାର ବାତାବରଣ ଦେଖିବାକୁ ଚାହଁ । ସେଥିପାଇଁ ସବୁ ଦେଶବାସୀଙ୍କୁ ବାରମ୍ବାର ପ୍ରାର୍ଥନା କରୁଛି । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମକୁ ଅନୁରୋଧ କରୁଛି । ସେମାନେ ସଚେତନତା ସୃଷ୍ଟି କରିବା ଓ କୋଭିଡ-୧୯ ନିମୟକୁ ପାଳନ କରିବା ଲାଗି ଯେତେ ଜନଜାଗରଣ ସୃଷ୍ଟି କରିବେ ଏହା ଦେଶ ପାଇଁ ସେବା ହେବ । ଆପଣ ଦେଶ ଓ ଦେଶର କୋଟି କୋଟି ଜନତାଙ୍କ ସାଥ୍ ଦିଅନ୍ତୁ ।
ଦେଶବାସୀ ସୁସ୍ଥ ରୁହନ୍ତୁ । ଦ୍ରୁତଗତିରେ ଆଗକୁ ବଢ଼ନ୍ତୁ । ଆମେ ସମସ୍ତେ ମିଳିମିଶି ଦେଶକୁ ଆଗକୁ ବଢ଼ାଇବା । ନବରାତ୍ରୀ, ଦଶହରା, ଇଦ୍, ଦୀପାବଳି, ଗୁରୁ ନାନକ ଜୟନ୍ତୀ, ଛଠ୍ ଓ ସବୁ ପର୍ବପବାଣୀ ପାଇଁ ଦେଶବାସୀଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons