ଗଛରେ ଦଉଡି ଲଗାଇ ଯୁବକଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ବଲାଙ୍ଗୀର : ଗଛରେ ଦଉଡି ଦେଇ ଯୁବକଙ୍କ ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲା ବଡମାଳ ଫାଣ୍ଡି ରେଙ୍ଗାଳି ନିକଟରୁ ଯୁବତଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ରେଙ୍ଗାଳି ଗାଁର ଅମିତ ସାହୁ (୨୭) ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରେଙ୍ଗାଳି ନିକଟରେ ଏକ ଗଛରେ ଅମିତଙ୍କ ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଯାହାକୁ ଦେଖି ଗ୍ରାମବାସୀ ମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଯୁବକ ଜଣଙ୍କ ବିଟେକ୍‌ ସିଭିଲ୍‌ ଇଞ୍ଜିନିୟରିଂ ପାଠ ପଢୁଥିଲେ । ତେବେ ସରକାରୀ ଚାକିରି ନମଳିବାରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons