ସବୁଜ ମାର୍ଗ ଅନ୍ୱେଷଣ ଦିଗରେ ଐତିହାସିକ ପଦକ୍ଷେପ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଠାରେ ବାଣିଜି୍ୟକ ହାଇଡ୍ରୋଜେନ୍ ସିଏନ୍ଜି (ଏଚସିଏନ୍ଜି) ଉତ୍ପାଦନ ପ୍ଲାଣ୍ଟ ଏବଂ ବିତରଣ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାନବାହନ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଏବଂ ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ ଦିଗରେ ଏହା ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଇଣ୍ଡିଆନ ଅଏଲ ଦ୍ୱାରା ନବସୃଜନ ଏବଂ ଟେକ୍ନୋଲୋଜିରେ ସୁଧାର ଅଣାଯାଇ ଦୈନିକ ୪ ଟନର ହାଇଡ୍ରୋଜେନ୍ ମିଶ୍ରିତ ସିଏନ୍ଜି ଉତ୍ପାଦନ ପ୍ଲାଣ୍ଟ ପ୍ରତିÂା କରାଯାଇଛି । ସେହିପରି ଇନ୍ଦ୍ରପ୍ରସ୍ଥ ଗ୍ୟାସ କମ୍ପାନି ଲୋକର୍ପିତ ଏହି ପ୍ଲାଣ୍ଟରୁ ଇନ୍ଧନ ଯୋଗାଇବା ପାଇଁ ବିତରଣ ଷ୍ଟେସନ ସ୍ଥାପନ କରିବା ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୫୦ଟି ବସରେ ହାଇଡ୍ରୋଜେନ ସିଏନ୍ଜି ବ୍ୟବହାର କରାଯାଇଛି । ଏହା ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଭବିଷ୍ୟତରେ ପରିବେଶ ସୁରକ୍ଷା ପାଇଁ ସ୍ୱଚ୍ଛ ଉର୍ଜା ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଦେଶରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ଦେଶବାସୀଙ୍କୁ ଏକ ଉତ୍ତମ ପରିବେଶ ଦେବା ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ତଥା ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ଏହି କ୍ଷେତ୍ରରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଉଛି । ୧୩୦କୋଟି ଭାରତୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ଆଗାମୀ ଦଶନ୍ଧି ଧରି ସମସ୍ୟାର ସମାଧାନ ବାହାର କରିବାରେ ଭାରତ ବିଶ୍ୱ ବିଜେତା ହେବ ବୋଲି ଶ୍ରୀ ପ୍ରଧାନ ଦଢୋକ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons