ମରାଠା କୋଟା ମାମଲାରେ ନୋଟିସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମରାଠା ସଂରକ୍ଷଣ ଆଇନ ଉପରେ ଆଜି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ମରାଠା କୋଟା ଆଇନର ସାମ୍ବିଧାନିକ ବୈଧତାକୁ ବମ୍ବେ ହାଇକୋର୍ଟ କାଏମ ରଖିଥିବାରୁ ତାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ ଉପରେ କୌଣସି ରହିତାଦେଶ ଜାରି କରିନାହାନ୍ତି । କିନ୍ତୁ ରାଜ୍ୟ ସରକାର ୨୦୧୪ରୁ ଏହାକୁ ପିଛିଲା ଭାବେ ଲାଗୁ କରିବା ଲାଗି ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ୨୦୧୮ ନଭେମ୍ବର ୩୦ରେ ମହାରାଷ୍ଟ୍ର ବିଧାନସଭାରେ ଏହି କୋଟା ବିଲ୍ ଗୃହୀତ ହୋଇଥିଲେ । ସେଥିରେ ଶିକ୍ଷା ଓ ଚାକିରିରେ ମରାଠାଙ୍କ ପାଇଁ ୧୬ ପ୍ରତିଶତ କୋଟା ବ୍ୟବସ୍ଥା ରହିଥିଲା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ହାଇକୋର୍ଟ ଗତ ଜୁନ ୨୭ ତାରିଖରେ କୋଟା ଆଇନର ବୈଧତାକୁ କାଏମ ରଖିବା ସହିତ ଶିକ୍ଷା କ୍ଷେତ୍ରରେ ୧୨ ଓ ଚାକିରି ପାଇଁ ୧୩ ପ୍ରତିଶତ କୋଟା ବ୍ୟବସ୍ଥା ଧାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons