ଭୁଲ୍ ଇଞ୍ଜେକସନରୁ ଶିଶୁପୁତ୍ର ମୃତୁ୍ୟ !

Get real time updates directly on you device, subscribe now.

ଜୟପୁର : ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଭୁଲ ଇଞ୍ଜେକସନ୍‌ରୁ ୪ମାସର ଶିଶୁ ପୁତ୍ରର ମୁତ୍ୟୁ ଅଭିଯୋଗ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସର୍ଗିଡା ପଞ୍ଚାୟଚ ବଡଧୁବୁଲି ଗାଁର ଘଟଣା । ଯାହାକୁ ନେଇ ଉତ୍ତେଜନା ରହିଛି ।
ଖବର ଅନୁଯାୟୀ, ଗତକାଲି ଗାଁର ଅର୍ଜୁନ ଭୁମିଆଙ୍କ ୪ମାସର ଶୁଶୁ ପୁତ୍ରଙ୍କୁ, ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ଦିନ ୧୧ସମୟରେ ଇଂଜେକସନ ଦେଇଥିଲେ ମହିଳା ସ୍ବାସ୍ଥ୍ୟକର୍ମୀ ।ଘରକୁ ଆସିବା ପରେ ଶିଶୁ ପୁତ୍ର ହଠାତ୍‌ ରାହା ଧରି କାନ୍ଦିଥିଲା । ଏହାସହ ଶିଶୁର ସ୍ୱାସ୍ଥ୍ୟବସ୍ତା ବିଗିଡି ଯାଇଥିଲା । ଶିଶୁର ଦେହ ଖରାପ ଦେଖି ସନ୍ଧ୍ୟା ସମୟରେ ପରିବାର ତରଫରୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତେବେଳକୁ ଶିଶୁ ପୁତ୍ରର ମୃତ୍ୟୁ ହୋଇଯାଇଥିଲା । ମେଡିକାଲରେ ଡାକ୍ତରଙ୍କ ପକ୍ଷରୁ ମୃତ୍ୟୁ ଘୋଷଣା କରିଥିଲେ । ସନ୍ଧ୍ୟା ସମୟରେ ମୃତ ଶିଶୁପୁତ୍ରଙ୍କୁ ଘରକୁ ଆଣିଥିଲେ ପରିବାର ଲୋକେ ।
ଅନ୍ୟ ପଟେ ଇଞ୍ଜେକସନର ରିଆକ୍ସନ ରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ।ତେଣୁ ଶିଶୁ ପୁତ୍ରର ମୃତ୍ୟୁକୁ ୧୫ଘଣ୍ଟା ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ଶବ ସତ୍କାର ହୋଇନାହିଁ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଆସିବା ପରେ ଶବ ଦାହ କରାଯିବ ବୋଲି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons