ଲାହୋର: ପାକିସ୍ତାନ ସରକାର ଜମାତ-ଉଦ୍-ଦାୱା ମୁଖ୍ୟ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଓ ତାର ସହଯୋଗୀଙ୍କ ବିରୋଧରେ ଆତଙ୍କୀଙ୍କୁ ପାଙଋି ଯୋଗାଣ ମାମଲା ରୁଜୁ କରିଥିବାରୁ ଏହାକୁ ରଦ୍ଦ କରିବା ଲାଗି ସେ ଲାହୋର ହାଇକୋର୍ଟରେ ଆବେଦନ କରିଛି । ପାକ୍ ସରକାର, ପଞ୍ଜାବ ସରକାର ଓ ଆତଙ୍କବାଦ ନିରୋଧ ବିଭାଗକୁ ଏଥିରେ ସେ ପକ୍ଷଭୁକ୍ତ କରିଛି । ସେ ଦର୍ଶାଇଛି ଆତଙ୍କୀ ସଙ୍ଗଠନ ସହ ତାର କୌଣସି ସମ୍ପୃକ୍ତି ନାହିଁ । ପାକିସ୍ତାନରେ ହିଂସାକାଣ୍ଡ ଘଟାଇବାର ଅଭିଯୋଗ ମଧ୍ୟ ତା ନାମରେ ନାହିଁ । କେବଳ ଭାରତର ଚାପରେ ପାକିସ୍ତାନ ସରକାର ତା ନାମରେ ଏଭଳି ମାମଲା ରୁଜୁ କରିଛନ୍ତି । ତେଣୁ ଏହାକୁ ରଦ୍ଦ କରାଯାଉ । ୫ଟି ବିଭିନ୍ନ ସଙ୍ଗଠନ ନାମରେ ଚାନ୍ଦା ଆଦାୟ କରିବା ଓ ତାକୁ ଆତଙ୍କବାଦୀଙ୍କୁ ଦେବା ଅଭିଯୋଗରେ ପାକିସ୍ତାନ ସରକାର ହାଫିଜ ଓ ତାହାର ଅନ୍ୟ ୧୨ ସହଯୋଗୀଙ୍କ ବିରୋଧରେ ୨୩ଟି ମାମଲା ରୁଜୁ କରିଛନ୍ତି ।


Comments are closed, but trackbacks and pingbacks are open.