ଭଣ୍ଡନ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଯଶିପୁର,(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ହାଟପାଖ ଭଣ୍ଡନ ନଦୀର ଗଭୀର ଜଳରୁ ନିଖୋଜ ଥିବା ଗଢ଼ତଳସାହିର ସୁଶୀଲ ବେହେରା ଓରଫ ହାତୀ (୪୪)ଙ୍କ ଶବକୁ ବୁଧବାର ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।ମୃତକଙ୍କ ଭାଇ ଶଙ୍କର ବେହେରାଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି ।ତେବେ ପରିବାର ଲୋକେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି ।
ଅଭିଯୋଗ ଅନୁସାରେ, ସୁଶୀଲଙ୍କ ସହିତ ମଣଦା ଫାଣ୍ଡି ଅନ୍ତର୍ଗତ ନୂଆଗାଁ ଗ୍ରାମର ସଂଜୀବ ମହାନ୍ତ କୌଣସି କାରଣ ନେଇ ଦୁହିଁଙ୍କ ମଧ୍ୟରେ ଖୁବ୍ ଜୋରରେ ବଚସା ହୋଇଥିଲା । ଏବଂ ଦୁହେଁ ମାରପିଟ୍ରେ ଘଟଣାସ୍ଥଳେ ସୁଶୀଲ ସଜ୍ଞାହୀନ ହୋଇପଡିଥିଲା ।ପରବର୍ତ୍ତୀ ସମୟରେ ସୁଶୀଲକୁ ନଦୀ ଆଡକୁ ଘୋଷାଡି ଘୋଷାଡି ନେବାର ପ୍ରତ୍ୟେକ୍ଷଦର୍ଶି ଦେଖିଥିବା ପ୍ରକାଶ କରିଛନ୍ତି ।ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ସଂଜୀବକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ପାଇଁ ପଚରାଉଚୁରା କରୁଛି ।ଏନେଇ ଏକ ମାମଲା ରୁଜ୍ଜୁ କରି ଶବକୁ ପୁଲିସ ଜବତ କରିଛି ।ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons