ପଥର ମାଡ଼, ଭଙ୍ଗାରୁଜା, ଉତ୍ତେଜନା

Get real time updates directly on you device, subscribe now.

କୋଇଡାÿ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ରକ୍ସି ରେଲୱେ ସାଇଡିଂରେ ଦୁଇ ଗୋÂୀ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଉଭୟ ଗୋÂୀ ପରସ୍ପର ଉପରକୁ ପଥର ମାଡ଼ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏବେ ସେଠାରେ ଉତ୍ତେଜନା ଲାଗି ରହିଛି ।
ମିଳିଥିବା ସୂଚନା ଅନୁସାରେ, ରକ୍ସି ରେଲୱେ ଲୋଡିଂ ସାଇଡିଂରେ ନିୟୋଜିତ ଶ୍ରମିକମାନଙ୍କୁ ନେଇ ଆଜି ସକାଳେ ପେସା ସମର୍ଥକ ଓ ସିଟୁ ଶ୍ରମିକଙ୍କ ମଧ୍ୟରେ ଟଣାଓଟରା ହେବା ସହ ସଂଘର୍ଷ ହୋଇଛି । ଏଥିରେ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏ ନେଇ କେ.ବଲାଙ୍ଗ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯିବା ପରେ ପୁଲିସ୍ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଛି । ଦୀର୍ଘ ଦିନ ହେବ ରକ୍ସି ରେଲୱେ ସାଇଡିଂର ଗୋଟିଏ ଅଂଶକୁ ପେସା ସମର୍ଥକମାନେ ନିଜ କବ୍ଜାକୁ ନିଆଯାଇ ସେଠାରେ ଏକ ବିରାଟ ପଥର ଖଣ୍ଡ ପୋତି ଥିଲେ । ସେଥିରେ ପେସା ଆଇନର ବିଭିନ୍ନ ଅଂଶକୁ ଲେଖିବା ସହିତ ସେମାନେ ଲୋଡିଂରେ ନିଜେ କାମ କରିବେ ବୋଲି କହି ଆସୁଥିଲେ । ତେବେ ଏହାକୁ ସିପିଆଇଏମ୍ର ଶ୍ରମିକ ସଂଗଠନ ସିଟୁ ଦୃଢ଼ ବିରୋଧ କରି ଆସୁଥିଲା । ତେବେ ଆଜି ଏହା ଉଗ୍ରରୂପ ଧାରଣ କରି ଶହ ଶହ ସିଟୁ ସମର୍ଥକ ହାତରେ ଲାଲ ପତାକା ଧରି ସେଠାକୁ ମାଡ଼ି ଆସିଥିଲେ । ସେମାନେ ପେସା ସମର୍ଥକମାନେ ପୋତି ଥିବା ପଥର ଖଣ୍ଡକୁ ଭାଙ୍ଗି ଦେବା ସହ ଉଭୟ ଗୋÂୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଉକ୍ତ ସ୍ଥାନରେ ଏବେ ବି ଉତ୍ତେଜନା ଲାଗି ରହିଥିବା ବେଳେ ସଂଧ୍ୟାରେ ସାଇଡିଂରୁ କାମ ସାରିି ଫେରୁଥିବା ସିଟୁର କିଛି ସମର୍ଥକଙ୍କୁ ମଞ୍ଚାବେଡ଼ା ରାସ୍ତାରେ ପେସା ସମର୍ଥକମାନେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏ ନେଇ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଆଜିର ଘଟଣାକୁ ଘୋର ନିନ୍ଦା କରିବା ସହ ସାଇଡିଂରେ ପ୍ରତ୍ୟେକ ପରିବାରର ଜଣକୁ ସେଠାରେ କାମ କରିବା ଲାଗି ସୁଯୋଗ ଦିଆଯାଇଛି । କୌଣସି ପରିବାର ଯେପରି ଭୋକିଲା ନରହିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ମାତ୍ର ଅପରପକ୍ଷ ଗୋÂୀ ସାଇଡିଂକୁ ହାତେଇବା ଲାଗି ଏଭଳି ଘଟଣା ଘଟାଉଛନ୍ତି । ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons