୫ ପଞ୍ଚାୟତ ନେତାଙ୍କୁ ନେଇ ବିଜେଡିର ମାନସ ମନ୍ଥନ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ବିଜେଡିର ମାନସ ମନ୍ଥନ ସରୁନାହିଁ । ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ କୋଲରରେ ପୁଣି ବିଜେଡି ନେତୃବୃନ୍ଦ ଏକଜୁଟ୍ ହୋଇ ପରସ୍ପର ସହ ହାତ ମିଳାଇ ଚାଲିବାକୁ ଆହ୍ୱାନ ଦେଇଛନ୍ତି । ଯେମିତି ହେଲେ ବିଜେଡି ଭୋଟ କେବଳ ଠୁଳ କରାଯିବ ନାହିଁ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ବିଜୟ ବ୍ୟବଧାନ ୫୦ ହଜାର ଛୁଇଁବ ସେଇ ହିସାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । କୋଲର ବୈଠକର ପ୍ରଭାବ ପଞ୍ଚାୟତ ସ୍ତରରେ ପଡ଼ିବା ନେଇ ସନେ୍ଦହ ଉପୁଜିଛି । କର୍ମୀମାନେ ଦୁଇ ଗୋÂୀ ହୋଇ ରହିଥିବାରୁ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ବି ଛକାପଞ୍ଝା ଭିତରେ ସୀମିତ ରହିଯାଉଛି ।
ଏପଟେ ବିଜେପି ପଛକୁ ନଚାହିଁ ଆଗକୁ ମାଡ଼ି ଚାଲିଛି । ଦଳର ନେତା ରମାକାନ୍ତ ଭୋଇ ବିଜେଡି ଶିବିରରେ ରହିଥିଲେ ସୁଦ୍ଧା ପ୍ରାର୍ଥୀ ରାଜକିଶୋର ବେହେରା ଗତକାଲି ଭଳି ଆଜି ବି ତିର୍ତ୍ତୋଲରେ ଡେରା ପକାଇଛନ୍ତି । ନିର୍ବାଚନ ପ୍ରଚାରକୁ ଶାଣିତ କରି ତିର୍ତ୍ତୋଲ, ତରଜଙ୍ଗା ଓ ତେନ୍ତୁଳିପଦାରେ ଭୋଟରଙ୍କୁ ଭେଟି ବିଜେପି ସପକ୍ଷରେ ମତଦାନ କରିବାକୁ ନିବେଦନ କରିଛନ୍ତି ।
ତିର୍ତ୍ତୋଲ ବ୍ଲକ୍ କୋଲର ପଞ୍ଚାୟତ ହେଉଛି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପୈତୃକ ବାସସ୍ଥାନ । ଆଜି ସେଇଠି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଆହୂତ ହୋଇଥିଲା । କୃଷ୍ଣାନନ୍ଦପୁର, ବିଶୁନ୍ପୁର, କନିମୁଳ, ଶଙ୍ଖେଶ୍ୱର ଓ ଦାଇଁଲୋ ପଞ୍ଚାୟତର ଦଳୀୟ ମୁରବିମାନଙ୍କୁ ନେଇ ଆଲୋଚନା କରାଯାଇଥିଲା । ଉକ୍ତ ଆଲୋଚନାରେ ବ୍ଲକ ଦାୟିତ୍ୱରେ ରହିଥିବା ମୁଖ୍ୟ ପର୍ଯ୍ୟବେକ୍ଷକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଦଳର ବରିÂ ନେତା ଜନ୍ମେଜୟ ଲେଙ୍କା, ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ସନାତନ ଦଳାଇ, ବରିÂ ନେତା ତଥା ବିଶୁନ୍ପୁର ସରପଞ୍ଚ ବସନ୍ତ ମହାପାତ୍ରଙ୍କ ସମେତ ୫୦ରୁ ଅଧିକ ତୃଣମୂଳ ସ୍ତରର ନେତା, ଛାମୁଆ କର୍ମୀମାନେ ସାମିଲ ହୋଇଥିଲେ ।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଗୋÂୀ କନ୍ଦଳର ଫାଇଦା ଉଠାଇ ରଘୁନାଥପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେପିର ଭୋଟ ହାର ବଢିଥିଲା । ବିଜେଡି ଅଧିକ ସାତ ହଜାରରୁ ଉଦ୍ଧ୍ୱର୍ ଭୋଟ୍ ପାଇଥିଲେ ସୁଦ୍ଧା ଉପନିର୍ବାଚନରେ ଯାହା ପରିସ୍ଥିତି ତାହା ଗଣିତକୁ ଓଲଟପାଲଟ କରିପାରିବାର ଆଶଙ୍କା ରହୁଛି । ଏଣେ ବିଷ୍ଣୁଙ୍କ ଘୋର ବିରୋଧୀ ଥିବା ଜଣେ ନାରୀ ନେତ୍ରୀ ଜୟଶୋଳ ସଭାରେ ଭାଷଣ ଦେବା ସମୟରେ ପ୍ର୍ରାର୍ଥୀ ବିଜୟଶଙ୍କରଙ୍କୁ ପରାଜିତ କରାନ୍ତୁ ବୋଲି ବାଉଳାରେ କହି ପକାଇ ଭୁଲ ମାଗିଥିଲେ । ଅର୍ଥାତ ଭିତରେ ଭିତରେ ବିଷ୍ଣୁ ବିରୋଧୀମାନେ ଯେ ରଘୁନାଥପୁରରେ ବିଜୟ ଶଙ୍କରଙ୍କ ଚେର କାଟୁ ନଥିବେ ତାହା କହି ହେବ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons