କୋଭିଡ୍ ଯୋଦ୍ଧା ଓ ପରିବାରଙ୍କୁ ଶୁଭେଛା ଜଣାଇଲେ ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି । ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷ ଡେଇଁଛି । ଆରୋଗ୍ୟଙ୍କ ସଂଖ୍ୟା ଅଢେ଼ଇ ଲକ୍ଷରେ ପହଞ୍ଚିଛି । ମାତ୍ର ଏଥିରେ ଆତ୍ମସନ୍ତୋଷ ହେବାର କିଛି କାରଣ ନାହିଁ । ପୂଜା ସମୟରେ ଅଧିକ ସତର୍କ ହେବାକୁ ପଡ଼ିବ । କରୋନା ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଗାମୀ ପାର୍ବଣ ଋତୁରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସମୟରେ ଜନସଚେତନତାକୁ ବ୍ୟାପକ କରିବା ଓ କୌଣସି କ୍ଷେତ୍ରରେ କିଛି ଅବହେଳା ନକରିବାକୁ ମଧ୍ୟ ସେ ସତର୍କ କରାଇଛନ୍ତି । ବିଶେଷକରି ବୟସ୍କ ଓ ପୁରୁଣା ରୋଗରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ରାଜ୍ୟରେ କୋଭିଡ୍ ସ୍ଥିତି ସଂପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧାମାନଙ୍କ କଠିନ ପରିଶ୍ରମରୁ ଏବଂ ସଂପୃକ୍ତ ବିଭାଗଗୁଡ଼ିକର ଉଦ୍ୟମରୁ ରାଜ୍ୟରେ ନୂଆ କୋଭିଡ୍ ସଂକ୍ରମଣ କମୁଛି । ମାତ୍ର ଆମକୁ ପୂଜା ସମୟରେ ଅଧିକ ସାବଧାନ ରହିବାକୁ ହେବ । ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଜାରି ରହିବ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଶିଳ୍ପସଂସ୍ଥାଗୁଡ଼ିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉପôାଦନ ଜାରି ରଖିବେ ଏବଂ ରାଜ୍ୟରେ ପୁଞ୍ଜି ନିବେଶ କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କୋଭିଡ୍ ଯୋଦ୍ଧା ଓ ସେମାନଙ୍କ ପରିବାରକୁ ଦଶହରାର ଶୁଭେଛା ଜଣାଇଥିଲେ । ଭୁବନେଶ୍ୱରରେ ସେରୋ ସର୍ଭେ ସରିଥିଲା ବେଳେ ଦଶହରା ପରେ କଟକ ଓ ପୁରୀରେ ସର୍ଭେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।
ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ରାଜ୍ୟର କୋଭିଡ୍ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ଘଟୁଥିବା ସତ୍ତେ୍ୱ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି ବୋଲି ସେ ସୂଚନା ଦେଇଥିଲେ । ଦଶହରା ଓ ଦୀପାବଳି ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ଏବେ ରାଜ୍ୟରେ ୫ ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଅନୁଗୁଳରେ ସକ୍ରିୟ ରୋଗୀ ସଂଖ୍ୟା ଏକ ହଜାରରୁ ଅଧିକ ଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ପାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ ।
ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ଘଟିଥିଲାବେଳେ ଆରୋଗ୍ୟ ହାର ୯୩ଧରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଆର୍ଟି-ପିସିଆର ଟେଷ୍ଟ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦିଆଯାଉଛି । ରାଜ୍ୟରେ ସଂକ୍ରମଣ ହାରରେ ହ୍ରାସ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ସେମାନେ ଅଧିକ ପରିଶ୍ରମ କରି ରୋଗୀସେବା ଜାରି ରଖିଛନ୍ତି ବୋଲି ସେ କହିଥିଲେ ।ରାଜ୍ୟରେ ପଜିଟିଭ୍ କମୁଥିବାରୁ ଲୋକମାନେ ଟେଷ୍ଟିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଲକ୍ଷଣ ଥିବା ରୋଗୀମାନେ ଟେଷ୍ଟିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଲକ୍ଷଣ ଥିବା ରୋଗୀମାନେ କରୋନା ପରୀକ୍ଷା ପାଇଁ ଆଗେଇ ଆସିବାକୁ ବୈଠକରେ ଅନୁରୋଧ କରାଯାଇଛି । ଅଗଷ୍ଟ ୧୮ ପରେ ରାଜ୍ୟରେ ପ୍ରଥମ ଥର ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାର ତଳେ ଅଛି । ଏବେ ଏ ସଂଖ୍ୟା ୧୮ ହଜାର ୫୦ ଅଛି । ୧୫,୫୧୫ ରୋଗୀ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ପୁଲିସ ଡିଜି ଶ୍ରୀ ଅଭୟ କହିଲେ, ପୂଜାକୁ ଆଖିରେ ରଖି ରାଜ୍ୟର ସମସ୍ତ ଏସ୍ପିଙ୍କ ସହ ଆଲୋଚନା ସହ ରଣନୀତି ପ୍ରସ୍ତୁତ କରାଯାଇଛି । ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକ ଉପରେ ଅଧିକ ନଜର ରଖାଯିବା ସହ ଅଧିକ ପୁଲିସ ମୁତୟନ କରାଯିବ । ବିଭିନ୍ନ ସହରରେ ସ୍ଥାନୀୟ ପୂଜା କମିଟିଗୁଡ଼ିକୁ ସଚେତନ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ୍ ବୈଠକ ସଂଚାଳନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons