ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଥାନା ଅଧୀନ ଏକ ସ୍କୁଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟରେ କେହି ନଥିବାରୁ ସୁଯୋଗ ନେଇ ପରିଚାଳନା କମିଟି (ଏସଏମ୍‌ସି) ସଭାପତି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ସମ୍ପୃକ୍ତା ଶିକ୍ଷୟିତ୍ରୀ ଏ ସଂକ୍ରାନ୍ତରେ ଥାନାରେ ଏତଲା କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଦ୍ୟାବଧି ସମ୍ପୃକ୍ତ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ି ନଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାରେ ସମ୍ପୃକ୍ତା ଶିକ୍ଷୟିତ୍ରୀ ଭୟଭୀତ ହୋଇପଡ଼ିଥିବା ବେଳେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ପୀଡ଼ିତା ଶିକ୍ଷୟିତ୍ରୀ ପଟ୍ଟାମୁଣ୍ଡାଇ ଥାନା ଅଧୀନ ଏକ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାମ କରିଆସୁଛନ୍ତି । ସେ ପ୍ରତ୍ୟହ କେନ୍ଦ୍ରାପଡ଼ା ସହରରୁ ସ୍କୁଲକୁ ସ୍କୁଟି ଯୋଗେ ଯିବାଆସିବା କରିଥାଆନ୍ତି । ବିଦ୍ୟାଳୟରେ କିଛି ବଳକା କାମ ରହିଯାଇଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଡକାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ନିଜେ ବିଦ୍ୟାଳୟକୁ ଆସିବା ପାଇଁ ତାଙ୍କୁ କହିଥିଲେ ମଧ୍ୟ ସେ କିନ୍ତୁ ଆସି ପହଞ୍ଚି ନଥିଲେ । ବିଦ୍ୟାଳୟରେ ପହଞ୍ଚିବା ପରେ ସମ୍ପୃକ୍ତା ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନପାଇ ଫୋନ୍‌ କରିବାରୁ ଏସଏମ୍‌ସି ସଭାପତି ଅଭୟ ମଲିକ ସାଢ଼େ ୧୧ଟାରେ ପହଞ୍ଚି ବିଦ୍ୟାଳୟ ଖୋଲିଥିଲେ । ତା’ ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କୁ ଯିବାକୁ କହିଥିଲେ ମଧ୍ୟ ସେ ନଯାଇ ସେଠାରେ ଠିଆ ହୋଇ ରହିଥିଲେ । ପରେ ସେ ବିଦ୍ୟାଳୟ ଛାଡ଼ିବା ପୂର୍ବରୁ ପ୍ରସ୍ଥାନ ଖାତାରେ ଦସ୍ତଖତ କରିବାକୁ ଯାଇଥିଲେ। ଏହି ସମୟରେ ସଭାପତି ଶ୍ରୀ ମଲିକ ତାଙ୍କ ପଛେ ପଛେ ଯାଇ ଅଫିସର ଗୋଟିଏ ପାଖ କବାଟ ବନ୍ଦ କରିଦେଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ସେ ପାଟି କରିବାରୁ ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ସେ କୌଶଳ କ୍ରମେ ତାଙ୍କ କବଳରୁ ମୁକୁଳି ପଳାଇଆସିଥିଲେ ବି ରାସ୍ତା ଯାଏ ଗୋଡ଼ାଇ ଗୋଡ଼େଇ ସେ ଆସିଥିଲେ। ପରେ ପାଖରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି କର୍ମୀଙ୍କୁ ଏ ସମ୍ୱନ୍ଧରେ ସମସ୍ତ କଥା କହିବା ସହିତ ଘଟଣା ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons