ଏଟିଏମ୍ ଟଙ୍କା ଲୁଟ୍ ମାମଲାରେ ୩ ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ପୁଲିସ୍ ଆଜି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫମାନେ ହେଲେ ବି. ସେମଳା ଗାଁର ଜୟଦାସ ହିଆଲ, ରମେଶ ହରିଜନ ଓ ମସା ହରିଜନ ।
କୋଡ଼ିଙ୍ଗା ଥାନାଧିକାରୀ ସରିତା ମହାପାତ୍ର କହିଛନ୍ତି, ବି.ସେମଳା ଗାଁର ନିରଞ୍ଜନ ସେମିଳିଙ୍କ ଷ୍ଟେଟ୍ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୦ ହଜାର ଟଙ୍କା ଉଠାଯାଇଥିବା ନେଇ କିଛି ଦିନତଳେ ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭତ୍ତି କରି ପୁଲିସ୍ ତଦନ୍ତ ଜାରି ରଖିଥିଲା । ନିରଞ୍ଜନଙ୍କ ଗୋଟିଏ ଆକାଉଣ୍ଟର ଭିସା ଏବଂ ମାଷ୍ଟରକାର୍ଡ ଥିଲା । ଜୟଦାସ ଏହି ଏଟିଏମ୍ କାର୍ଡକୁ ଚୋରି କରି ନେଇଥିଲେ । ଏଟିଏମ୍ ସାହାଯ୍ୟରେ ଜୟଦାସ ଓ ତା’ର ଦୁଇ ସାଥୀ କୋଡ଼ିଙ୍ଗା, କୋଷାଗୁମୁଡ଼ା, ନବରଙ୍ଗପୁର ଓ ଜୟପୁରର ବିଭିନ୍ନ ଏଟିଏମ୍ରୁ ୧ଲକ୍ଷ ୧୦ ହଜାର ଟଙ୍କା ଉଠାଇ ନେଇଥିଲେ । ନିରଞ୍ଜନଙ୍କ ବ୍ୟାଙ୍କ ଖାତା ସହ ଲିଙ୍କ୍ ଥିବା ମୋବାଇଲ ଖରାପ ଥିବାରୁ ଟଙ୍କା ଉଠାଣ ବିଷୟରେ ସେ କୌଣସି ସୂଚନା ପାଇପାରି ନଥିଲେ । କିଛିଦିନ ପରେ ବ୍ୟାଙ୍କ ଟଙ୍କା ଉଠାଇବା ପାଇଁ ଯାଇଥିବାବେଳେ ଖାତାରେ କମ୍ ଟଙ୍କା ଥିବା ଜାଣିବାକୁ ପାଇଥିଲେ । ଏ ସଂପର୍କରେ ସେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ୧୧୭/୨୦ରେ ଏକ ମାମଲା ରୁଜୁ କରାଯାଇ ସିସିଫୁଟେଜ୍ ସାହାଯ୍ୟରେ ପୁଲିସ ଅନୁସନ୍ଧାନ ଜାରି ରଖିଥିଲା । ଜୟଦାସଙ୍କୁ ଗତକାଲି ପୁଲିସ ଗିରଫ କରିଥିବା ବେଳେ ତାଙ୍କ ଦୁଇ ସହଯୋଗୀଙ୍କୁ ମାଲକାନଗିରିଠାରୁ ଏସଆଇ ଦେବବ୍ରତ ମଲିକ ଗିରଫ କରିଥିବା ଥାନା ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons