ନୂଆଦିଲ୍ଲୀ:ଭାରତରେ ଜଳ ସଙ୍କଟ ଏକ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି । ଇତିମଧ୍ୟରେ ତାମିଲ୍ନାଡୁରେ ଉପୁଜିଥିବା ଜଳ ବିପତ୍ତି ପରେ ସରକାର ସମାଧାନର ବାଟ ଖୋଜୁଛନ୍ତି । ଖାଲି ଯେ ସାଧାରଣ ଲୋକ ତାହା ନୁହେଁ ଜଳସଙ୍କଟର ଭୟଙ୍କର ପ୍ରଭାବ ଇସ୍ପାତ କମ୍ପାନିଗୁଡିକ ବି ଅନୁଭବ କରିବେ । ଇସ୍ପାତ କଶ୍ଛାନି ଯେଉଁମାନେ ପୂର୍ବରୁ ଲୁହାପଥର ଏବଂ କୋଇଲା ଭଳି କଞ୍ଚାମାଲକୁ ନେଇ ଚିନ୍ତିତ ରହୁଥିଲେ ସେମାନଙ୍କ ଆଖି ଏବେ ଜଳ ଉପରେ । ଏମାନଙ୍କ କହିବା ଅନୁଯାୟୀ ଜଳ ସମସ୍ୟା ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଭୟଙ୍କର ବିପତ୍ତି ଆଣିପାରେ । ତେଣୁ ଏମାନେ ଆଗୁଆ ବାଟ ବାହାର କରୁଛନ୍ତି ।
ଦେଶର ଦୁଇ ପ୍ରମୁଖ ଇସ୍ପାତ କମ୍ପାନି ଟାଟା ଷ୍ଟିଲ ଏବଂ ଜେଏସ୍ଡବ୍ଲ୍ୟୁ ଷ୍ଟିଲ ଓ ଧାତବ କଶ୍ଛାନି ବେଦାନ୍ତ ଜଳ ସଙ୍କଟର ଭୟଙ୍କର ପ୍ରଭାବକୁ ନେଇ ପୂର୍ବାନୁମାନ କରିଛନ୍ତି । ଚଳିତ ବର୍ଷ ଦେଶର ଏକ ପ୍ରମୁଖ ସହରରେ ଜଳ ଶୁଖିଯିବା ପରେ ଉପୁଜିଥିବା ପରିସ୍ଥିତି ଏବେ କମ୍ପାନିଗୁଡିକୁ ଚିନ୍ତା ମଧ୍ୟକୁ ଆଣିଛି ।
ଇସ୍ପାତ କମ୍ପାନିଗୁଡିକ ପାଇଁ ଜଳ ଏକ ପ୍ରମୁଖ ସମ୍ବଳ । ଆଗକୁ ଏହି ସମ୍ବଳ ପାଇବା ପାଇଁ କମ୍ପାନିଗୁଡିକ ମଧ୍ୟରେ ପ୍ରତିଯୋଗିତା ଦେଖାଦେବ ବୋଲି ଉପରୋକ୍ତ କମ୍ପାନିଗୁଡିକ ଆକଳନ କରିଛନ୍ତି । ସେମାନଙ୍କ କହିବାନୁସାରେ, ଦେଶର ପାଖାପାଖି ଏକ ତୃତୀୟାଂଶ ଜାଗାରେ ଜଳାଭାବ ପରିସ୍ଥିତି ଦେଖାଯାଇଥାଏ । ଏହି ପରିସ୍ଥିତି ଯୋଗୁ କମ୍ପାନିଗୁଡିକର ଖର୍ଚ୍ଚ ଏବଂ ରିସ୍କ ବଢ଼ିବ । ଏଥର ମୌସୁମୀ ମଧ୍ୟ ଅତି ବିଳମ୍ବରେ ଆସିଛି । ଦେଶର ବାର୍ଷିକ ବୃଷ୍ଟିପାତରେ ମୌସୁମୀର ଅଂଶ ୭୦ଧ ରହିଥାଏ । ଏହା ସ୍ୱାଭାବିକ ନ ରହିବା ଯୋଗୁ ପରିସ୍ଥିତି ଅତ୍ୟନ୍ତ ବିଗିଡିଯାଇଛି । ଏସିଆର ତୃତୀୟ ବୃହତ୍ ଅର୍ଥନୀତିରେ ଜଳ ଏକ ବଡ଼ ରିସ୍କ ଭାବେ ଉଭା ହୋଇଛି । ପରିବେଶ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ମରୁଡି ଯୋଗୁ ୨୦୧୪-୧୫ରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ୨.୫୪ଧର ପ୍ରଭାବ ପଡ଼ିଛି । ଏକ ବିଶ୍ୱସ୍ତରୀୟ ସର୍ଭେରୁ ଜଣାଯାଇଛି ଯେ, ଜଳଜନିତ ସମସ୍ୟା ଯୋଗୁ ଗତ ୫ ବର୍ଷରେ ୧୧୮୦ କୋଟି ଡଲାରର ଆର୍ଥିକ ହାନି ହୋଇଛି ।


Comments are closed, but trackbacks and pingbacks are open.